ପପୁଙ୍କ ବିରୋଧରେ ଆଉ ଜଣେ ଅଭିନେତ୍ରୀଙ୍କ ଅଭିଯୋଗ : ଫିଲ୍ମ ଦେବା ନାଁରେ ରାତି କଟାଇବାକୁ ଦେଇଥିଲେ ଅଫର

24

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କନକ ନ୍ୟୁଜ୍ ରେ ଅଭିନେତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ । କାଷ୍ଟିଂ କାଉଚ୍ ଅଭିଯୋଗରେ ଆସିଛି ନୂଆ ମୋଡ । ଚିଟଫଣ୍ଡ ମାଲିକ ପ୍ରଭାସ ରାଉତଙ୍କୁ ଖୁସି କରିବାକୁ ଅଭିନେତ୍ରୀଙ୍କୁ କହିଥିଲେ ପପୁ । ଆଜି ଏହାର ଖୁଲାସା କରିଛନ୍ତି ଆଉ ଜଣେ ଅଭିନେତ୍ରୀ । ନିଜ ନାଁ ଓ ପରିଚୟ ଗୋପନ ରଖି ଏହି ଅଭିନେତ୍ରୀ ଜଣକ ପୁରା କାହାଣୀ ବୟାନ କରିଛନ୍ତି । ହାସ୍ୟ ଅଭିନେତା ପପୁ ପମପମ କେମିତି ତାଂକୁ କଂପ୍ରୋମାଇଜ୍ କରିବାକୁ କହିଥିଲେ ଏବଂ ତା ସହିତ ପ୍ରଯୋଜକ ପ୍ରଭାସଙ୍କୁ ମଧ୍ୟ ଖୁସି କରିବାକୁ କହିଥିଲେ । ସେ କଥା ଦେଇଥିଲେ ଖୁସି କରିପାରିଲେ, ଚଳଚିତ୍ରରେ ଆକ୍ଟିଂ ପାଇଁ ସୁଯୋଗ ମିଳିବ ।