ପପୁଙ୍କୁ ଜାମିନ ଆବେଦନ ଶୁଣାଣି ଘୁଂଚିଲା

68

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କମେଡିି କିଙ୍ଗ ପପୁ ପମପମଙ୍କ ଜାମିନ ଆବେଦନର ଶୁଣାଣି ଘୁଂଚିଲା । ନାବାଳିକାଙ୍କୁୁ କାଷ୍ଟିଂକାଉଚ୍ ଅଭିଯୋଗରେ, ଗତ ଜୁନ୍ ୩୦ ତାରିଖରେ ହାସ୍ୟ ଅଭିନେତା ପପୁ ପମପମଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ । ପପୁଙ୍କ ସହଯୋଗୀ ଗିଟୁଙ୍କ ସହ ତାଙ୍କୁ ପୁରୀରୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କ ଜାମିନ ଆବେଦନ ନେଇ ଶୁଣାଣି ସ୍ଥଗିତ ରହିବା ପରେ ଦୁହିଁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଜୁଲାଇ ୧୧ ତାରିଖରେ ହେବ ପରବର୍ତୀ ଶୁଣାଣି, ପୁଲିସ ମାଗିଲା ୭ ଦିନ ସମୟ ।