ନାବାଳିକା କାଷ୍ଟିଂ କାଉଚ ମାମଲା ! କୋର୍ଟକୁ ଏକ ମାସ ସମୟ ମାଗିଲେ ଅଭିନେତା ପପୁ ପମପମ

57

କନକ ବ୍ୟୁରୋ : ନାବାଳିକା କାଷ୍ଟିଂ କାଉଚ ମାମଲା । ଏଡିଜେ ଫୋର ପୋକ୍ସ ସ୍ପତନ୍ତ୍ର ଡେଜିନେଟେଡ କୋର୍ଟରେ ଶୁଣାଣି ପ୍ରକିୟା ଆରମ୍ଭ ହୋଇଛି । କୋର୍ଟକୁ ଏକ ମାସ ସମୟ ମାଗିଛନ୍ତି ଅଭିନେତା ପପୁ ପମପମ । ପକ୍ଷ ରଖିବାକୁ ଓଳିଲଙ୍କ ଜରିଆରେ ମାସେ ସମୟ ମାଗିଛନ୍ତି ପପୁ । ଅଭିନୟର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁୁ ଯୈାନ ଶୋଷଣ କରିଥିବା ଅଭିଯୋଗରେ ଜେଲ ଯାଇଥିଲେ ପପୁ । ଏହା ପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପପୁ ପମପମ ।

ପପୁôଙ୍କ ବିରୋଧରେ ଲାଗିଛି ଭାରତୀୟ ପିଙ୍ଗଳ କୋଡର ଦଫା ୩୫୪(ଏ) । ଅର୍ଥାତ୍ ମହିଳାଙ୍କୁ ଅସଦାଚରଣ ବା ଅଶ୍ଲିଳ ବ୍ୟବହାର କରିବା । ଦଫା ୫୦୬, ଅର୍ଥାତ୍ ହତ୍ୟା ଧମକ ଦେବା ବା ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବା । ଦଫା ୫୦୯ ଅର୍ଥାତ୍ ଖରାପ ଭାଷାରେ ଗାଳି ଗୁଲଜ କରିବା । ଦଫା ୩୪ ଅର୍ଥାତ୍ ଏକାଧିକ ଲୋକ ମନ୍ଦ ଉଦେଶ୍ୟ ନେଇ କୌଣସି କାମ କରିବା ଏବଂ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ୍ ୨୦୧୨ର ଦଫା ୮ ଓ ୧୨ ଲାଗିଛି ।