ଫସିଲେ ପପୁ : ଅଭିନେତା ପପୁ ପମ୍ ପମଙ୍କ ନାଁରେ ମହିଳା ଥାନରେ ଏତଲା

61

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ହାସ୍ୟ ଅଭିନେତା ପପୁ ପମପମଙ୍କ ନାଁରେ ଦିଆଯାଇଛି ଏତଲା । ମହିଳା ଥାନାରେ ଏହି ଏତଲା ହୋଇଛି । ପପୁଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି ଜଣେ ନାବାଳିକା । ସଂପୃକ୍ତ ନାବାଳିକାଙ୍କ ପକ୍ଷରୁ ମାମଲା ଦାୟର କରିଛି ଫ୍ରେଣ୍ଡସ ଫାଉଣ୍ଡେସନ୍ ଟ୍ରଷ୍ଟ । ଫିଲ୍ମରେ ଅଭିନୟ ଅଫର ଦେବାକୁ କହି ପପୁ, ତାଂକ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି ସଂପୃକ୍ତ ନାବାଳିକା । ପପୁଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କ ବିରୋଧରେ ବି ଏତଲା ଦିଆଯାଇଛି । ମହିଳା ଥାନା ପକ୍ଷରୁ ଘଟଣାର ଅନୁଧ୍ୟାନ କରାଯାଉଛି । ଏବେ ନଜର ପପୁଙ୍କୁ ଜେରା କରିବ କି ପୋଲିସ ।