କୁନି ଉଦ୍ୟୋଗୀଙ୍କ ଷ୍ଟାର୍ଟ ଅପ୍ ହେଲା ହିଟ୍ : ଏଣିକି ଡବାବାଲାଙ୍କ ସହାୟତାରେ ପାର୍ସଲ ପହଂଚାଇବ ପେପର୍ସ ଆଣ୍ଡ ପାର୍ସଲସ୍

43

କନକ ବ୍ୟୁରୋ : କୁନି ଉଦ୍ୟୋଗୀଙ୍କ କାହାଣୀ । ମୁମ୍ବାଇ ଅଷ୍ଟମ ଶ୍ରେଣୀର ଛାତ୍ର ତିଲକ ମେହେତା ଆରମ୍ଭ କରିଛନ୍ତି ଏକ ନୂଆ ଷ୍ଟାର୍ଟ ଅପ୍ । ମୁମ୍ବାଇର ଭିତର ଅଂଚଳରେ ଗୋଟିଏ ଦିନରେ ପାର୍ସଲ ସବୁ ପହଂଚାଇବା ଲକ୍ଷ୍ୟରେ ସେ ଏହି ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି । ତିଲକ ତାଙ୍କ ଷ୍ଟାର୍ଟଅପର ନାଁ ରଖିଛନ୍ତି ପେପର୍ସ ଆଣ୍ଡ ପାର୍ସଲସ୍ । ମୁମ୍ବାଇର ଡବାବାଲାଙ୍କ ସହାୟତାରେ ସେ ସହରର ଗଳିକନ୍ଦିରେ ଗୋଟିଏ ଦିନ ଭିତେରେ ପାର୍ସଲ ପହଂଚାଇପାରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ନୂଆ ଉଦ୍ୟୋଗ ଏବେ ବେଶ୍ ପ୍ରଶଂସା ମଧ୍ୟ ସାଉଁଟୁଛି ।

ତିଲକଙ୍କ କମ୍ପାନୀ ଆସନ୍ତା ୨ ବର୍ଷରେ ୧୦୦ କୋଟି ଆମଦାନୀର ଲକ୍ଷ୍ୟ ରଖିଛନ୍ତି । ତିଲକ ମେହତାଙ୍କ କମ୍ପାନୀ ପେପର ଆଣ୍ଡ ପାର୍ସଲ ଛୋଟ ଛୋଟ ପାର୍ସଲର ଡେଲିଭରୀ କରେ । ତିଲକ ଏହି ଆଇଡିଆ ବିଷୟରେ ବଜଣେ ବ୍ୟାଙ୍କର କୁ ଜଣାଇଲେ ଓ ତାଙ୍କୁ କାମ ଛାଡିବା ପାଇଁ କହିଲେ । ବିଜନେସ୍ ପାଇଁ ସେ ଖାଦ୍ୟ ବାଣ୍ଟୁଥିବା ଡବାବାଲାଙ୍କ ସହାୟତା ନେଲେ, ଯଦ୍ୱାରା ଦୂର ପର୍ଯ୍ୟନ୍ତ ଜିନିଷ ପହଂଚାଯାଇପାରିବ । ଡବାବାଲା ଗୋଟିଏ ପାର୍ସଲକୁ ପହଂଚାଇବା ପାଇଁ ୪୦ରୁ ୧୮୦ ଟଙ୍କା ନିଅନ୍ତି ।