ପ୍ଲାଷ୍ଟିକ ବ୍ୟାନ ପରେ ଠୁଙ୍ଗାର ପୁର୍ନଜନ୍ମ ! ରୋଜଗାର ବଢାଇଲା ସରକାରଙ୍କ ଘୋଷଣା

65

କନକ ବ୍ୟୁରୋ : ରାଜ୍ୟ ସରକାର ପଲିଥିନର ବିକ୍ରି ଓ ବ୍ୟବହାର ଉପରେ କଟକଣା ଲଗାଇବା ପରେ ଏବେ ଜୋର ଧରିଛି ଠୁଙ୍ଗା ବେପାର । କହିବାକୁ ଗଲେ ଏହା ଏବେ କୁଟୀରଶିଳ୍ପ ପାଲଟିଛି । ସମ୍ବଲପୁରରେ ୧୫ରୁ ଅଧିକ ପରିବାର ଏବେ ଲାଗିପଡିଛନ୍ତି ଠୁଙ୍ଗା ପ୍ରସ୍ତୁତିରେ ।

ପଲିଥିନ ଉପରେ ବ୍ୟାନ ଲାଗିବା ପରେ ଏହାର ସ୍ଥାନ ନେବ ଠୁଙ୍ଗା । ଧୀରେ ଧୀରେ ବଢୁଛି ଠୁଙ୍ଗାର ଚାହିଦା । ଖାସ ସେଥିପାଇଁ ଏବେ ଅଧିକ ସଂଖ୍ୟାରେ ଠୁଙ୍ଗା ତିଆରି ହେଉଛି । ସମ୍ବଲପୁରରେ ୧୫ରୁ ଅଧିକ ପରିବାର ଏବେ ଲାଗିପଡିଛନ୍ତି ଠୁଙ୍ଗା ତିଆରିରେ । ମାର୍କେଟରେ ପଲିଥିନ ବଦଳରେ ଠୁଙ୍ଗାର ଆବଶ୍ୟକତା ଅଧିକ । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଠୁଙ୍ଗା ।

ଏହି ମହିଳାମାନେ କାଗଜ କାଟିବାରୁ ଠାରୁ ଆରମ୍ଭ କରି ଅଠା ଲଗାଇବା ପର୍ଯ୍ୟନ୍ତ ସବୁ କାମ ନିଜେ କରିଥାନ୍ତି । ଦିନକୁ ତିଆରି ହୁଏ ୨୦୦ରୁ ୩୦୦ ଠୁଙ୍ଗା । ଆଉ କେଜି ୨୫ରୁ ୩୦ ଟଙ୍କାରେ ଦୋକାନୀମାନଙ୍କୁ ବିକ୍ରି କରିଥାନ୍ତି । ଠୁଙ୍ଗା ପାଇଁ କେଜି ୮ରୁ୧୦ ଟଙ୍କାରେ ପେପର ସଂଗ୍ରହ କରିବାକୁ ପଡିଥାଏ । ଏହିପରି ବ୍ୟବସାୟ କରି ମହିଳାମାନେ ଦିନକୁ ୧୦୦ରୁ ଅଧିକ ଟଙ୍କା ରୋଜଗାର ମଧ୍ୟ କରନ୍ତି । ବର୍ଷ ବର୍ଷ ଧରି ପଲିଥିନର ବହୁଳ ବ୍ୟବହାର ରହିଥିବାରୁ ଠୁଙ୍ଗା ବେପାର ମାନ୍ଦା ପଡିଯାଇଥିଲା । ଏବେ ସରକାର ପଲିଥିନ କଟକଣା ଲାଗୁ କରିବା ପରେ ପୁଣି ଥରେ ଚଳଚଂଚଳ ହୋଇପଡିଛି ଏହି କୁଟୀରଶିଳ୍ପ ।