ଭିଟାମିନ ଏ, ବି, ସି ଓ ଫାଇବରରେ ଭରପୁର ଅମୃତଭଣ୍ଡା ଆଖି ଓ ତ୍ୱଚା ପାଇଁ ବହୁତ ଉପକାରୀ । ଏହା ବ୍ୟତିତ ଅମୃତଭଣ୍ଡାରେ ଆଇରନ, ପ୍ରୋଟିନ, ପୋଟାସିୟମ,ଆଣ୍ଟିଅକ୍ସିଡାଂଟ ଆଦି ମହଜୁଦ ଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ।

-ଅମୃତଭଣ୍ଡା ଖାଇଲେ ହଜମ କ୍ରିୟା ଭଲ ରହେ । ଅମୃତଭଣ୍ଡାରେ ପପାଇନ ନାମକ ଏନଜାଇମ ଥାଏ , ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ ।

-ଅମୃତଭଣ୍ଡା ରସ ଯକୃତ ପାଇଁ ମଧ୍ୟ ବହୁତ ଭଲ, କାରଣ  ଅମୃତଭଣ୍ଡା ଶରରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ।

-ଅମୃତଭଣ୍ଡାରେ ମହଜୁଦ ଭିଟାମିନ ଏ ଆଖି ପାଇଁ ବହୁତ ଭଲ । ଅମୃତଭଣ୍ଡାରେ କ୍ୟାଲସିୟମ , କେରୋଟିନ , ଭିଟାିମନ ଏ ଓ ବି, ସି ଥାଏ ଯାହା ଚକ୍ଷୁଗତ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

– ନିୟମିତ ଭାବେ ସକାଳୁ ଖାଲି ପେଟରେ ଅମୃତଭଣ୍ଡା ଖାଆନ୍ତୁ । ଏହା ଶରୀରରୁ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

– ଅମୃତଭଣ୍ଡାରେ ଫାଇବର ,ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ଥାଏ ଯାହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।