ପାମ୍ପଡ ଯେତେ ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପକ୍ଷେ ସେତିକି କ୍ଷତିକାରକ : ମୋଟାପଣ ଠାରୁ ଆରମ୍ଭ କରି ଆହୁରି ଅନେକ ସମସ୍ୟା କରେ ସୃଷ୍ଟି

281

ଖାଦ୍ୟରେ ଯଦି ପାମ୍ପଡ ଥାଏ, ତେବେ ତାହା ଅଧିକ ସ୍ୱାଦିଷ୍ଟ ଲାଗେ। ଆପଣ ଜାଣନ୍ତି କି, ପାମ୍ପଡକୁ ସ୍ୱାଦିଷ୍ଟ ବନାଇବା ଲାଗି ସେଥିରେ କେତେକ କୃତ୍ରିମ ସ୍ୱାଦ ଓ ରଙ୍ଗ ମିଶାଯାଇଥାଏ। ଏହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଏବେ ଆସନ୍ତୁ ଜାଣିବା ପାମ୍ପଡ ଖାଇଲେ କି କି ସମସ୍ୟା ଦେଖା ଦେଇଥାଏ।

ମୋଟାପଣ ବୃଦ୍ଧି ପାଏ : ପାମ୍ପଡ଼ ଖାଇଲେ ମୋଟାପଣ ବା ମେଦ ବହୁଳତା ବୃଦ୍ଧି ପାଇଥାଏ। କାରଣ ଏଥିରେ ଦୁଇଟି ରୁଟିରେ ଥିବା କ୍ୟାଲୋରୀ ଥାଏ। ଯଦି ଆପଣ ନିଜର ଓଜନ କମ୍ ରଖିବାକୁ ଚାହାଁନ୍ତି ,ତେବେ ପାମ୍ପଡ ସେବନରୁ ନିବୃତ୍ତ ରୁହନ୍ତୁ।

ହୃଦରୋଗର ଆଶଙ୍କା : ଲୋକେ ପାମ୍ପଡ଼କୁ ତେଲରେ ଛାଣି ଖାଇଥାନ୍ତି। ଏହି କାରଣରୁ ଏଥିରେ ଅଧିକ ପରିମାଣରେ ତୈଳାଂଶ ରହିଥାଏ। ଫଳସ୍ୱରୂପ ଏହା କୋଲେଷ୍ଟ୍ରଲ ସ୍ତର ବଢ଼ିବାରେ ସହାୟକ ହୋଇଥାଏ ଏବଂ ହୃଦରୋଗର ଆଶଙ୍କା ବି ସୃଷ୍ଟି କରିଥାଏ।

ପେଟ ଖରାପ ହେବାର ଆଶଙ୍କା : ପାମ୍ପଡର ପ୍ରସ୍ତୁତି ପ୍ରଣାଳୀ ଚିନ୍ତାର ବିଷୟ ହୋଇଥାଏ। ଏହାକୁ ଖରାରେ ଖୋଲା ସ୍ଥାନରେ ଶୁଖାଯାଇଥାଏ। ବାୟୁ ପ୍ରଦୂଷଣ ହେତୁ ପାମ୍ପଡର ସ୍ଥିତି ଭଲ ରୁହେ ନାହିଁ। ଏହା ସେବନ କଲେ ପେଟ ଖରାପ ହେବାର ଆଶଙ୍କା ବଢ଼ିଥାଏ।

ଏସିଡିଟିର ସମସ୍ୟା : ବଜାରରେ ଉପଲବ୍ଧ ବିଭିନ୍ନ ପାମ୍ପଡରେ ନାନା ରକମର ମସଲା ମିଶାଯାଇଥାଏ। ଏହା ସେବନ କଲେ ଏସିଡିଟିର ସମସ୍ୟା ମଧ୍ୟ ଉପୁଜିଥାଏ।