ଭାରତୀୟ ରେଳ ପରିସରରେ ସ୍ୱଚ୍ଛତା ଅଭିଯାନ : ଏଣିକି ଭୋଜନ ପରେ ଯାତ୍ରୀଙ୍କ ଠାରୁ ଅଳିଆ ସଂଗ୍ରହ କରିବେ ରେଳବାଇ କର୍ମଚାରୀ

25

ବିମାନ ପରିଚାରକଙ୍କ ଭଳି ରେଳବାଇ କର୍ମୀ ଏବେ ଭୋଜନ ପରେ ସମସ୍ତ ଟ୍ରେନରେ ଯାତ୍ରୀଙ୍କ ଠାରୁ ଅଳିଆ ଏକତ୍ର କରିବା ପାଇଁ ଅଳିଆ ବ୍ୟାଗ ଧରି ବୁଲିବେ । ରେଳବାଇ ଦ୍ରୁତ ଗତିରେ ଏୟାରଲାଇନ୍ ମଡେଲକୁ ଆପଣଉଛି । ଭୋଜନ ଠାରୁ ଆରମ୍ଭ କରି ଭାକ୍ୟୁମ ଶୈାଚାଳୟ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଏୟାରଲାଇନ୍ ଭଳି ସୁବିଧା ପ୍ରଦାନ କରେ । ରେଳବାଇ ବିଭାଗ ସ୍ତରୀୟ ଅଧିକାରୀ ଓ ବୋର୍ଡ ସଦସ୍ୟଙ୍କୁ ଏକ ବୈଠକରେ ଅଶ୍ୱିନୀ ଲୋହାନି କହିଲେ କି ଟ୍ରେନ୍ ଗୁଡିକରେ ସଫାସୁତୁରା ବଜାୟ ରଖିବା ପାଇଁ ପେଣ୍ଟ୍ରି କର୍ମଚାରୀଙ୍କୁ ଭୋଜନ ପରେ ବ୍ୟାଗରେ ଅଳିଆ ଏକତ୍ର କରିବା ଉଚିତ୍ ।

ଜଣେ ଅଧିକାରୀ କହିଛନ୍ତି କି, ଖାଇ ସାରିବା ପରେ ସାଧାରଣତଃ ଯାତ୍ରୀମାନେ ପ୍ଲେଟ୍ ଗୁଡିକୁ ସବୁ ସିଟ୍ ତଳେ ରଖିଦେଇଥାନ୍ତି । ଓ ଗୋଟିଏ ପରେ ଗୋଟିଏ ରଖି ପେଣ୍ଟ୍ରି କର୍ମଚାରୀମାନେ ସେ ସବୁ ନେଇଯାଆନ୍ତି। ବେଳେବେଳେ ସେଥିରୁ ଅଇଁଠା ପଡ଼ି ଯାଇ ରେଳଡବା ଚଟାଣରେ ପଡ଼ିଯାଏ। ଯାତ୍ରୀମାନେ ମଧ୍ୟ କେତେବେଳେ କେମିତି କଦଳୀ ଚୋପା, ପ୍ୟାକେଟ୍ ଏବଂ ସେ ଭଳି ଅନେକ ଜିନିଷ ବର୍ଥ କିଂବା ଚଟାଣରେ ଫିଙ୍ଗି ଥାଆନ୍ତି।

ଏହି ପ୍ରଣାଳୀ ଅଧିନରେ ଏୟାରଲାଇନ ଭଳି ପେଣ୍ଟ୍ରି କର୍ମଚାରୀ, ପ୍ରତ୍ୟେକ ଯାତ୍ରୀଙ୍କ ପାଖକୁ ଏକ ବ୍ୟାଗ ନେଇ କି ଯିବେ ଯାହା ତାଙ୍କର ଟ୍ରେ, ପ୍ଲେଟ୍ ବା କୈାଣସି ଅନ୍ୟ ଅଳିଆ ବ୍ୟାଗରେ ପକାଇପାରିବେ । ଲୋହାନୀ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଟ୍ରେନ୍ରେ ପେଣ୍ଟ୍ରି ନାହିଁ ସେଥିରେ ବୋର୍ଡ ହାଉସକିପିଙ୍ଗ୍ କର୍ମଚାରୀଙ୍କୁ ଏମିତି ଟ୍ରାସ୍ ବ୍ୟାଗ୍ ଧରିବା ଉଚିତ୍ । ଏବେ ଟ୍ରାସ୍ ବ୍ୟାଗ୍ ସବୁ ନିୟମିତ କ୍ୟାଟରିଙ୍ଗ୍ ଠିକା ନେଇଥିବା କ୍ୟାଟରର୍ଙ୍କ ଠାରେ ସାମିଲ କରାଯିବ।