ପ୍ୟାଣ୍ଟର ପଛ ପକେଟରେ ପର୍ସ ରଖୁଛନ୍ତି କି ? ସାବଧାନ ହୋଇପାରେ ଏହି ସମସ୍ୟା ।

47

ସାଧାରଣତଃ ସମସ୍ତେ ପ୍ୟାଣ୍ଟର ପଛ ପକେଟରେ ଅନେକ ପ୍ରକାରର ଜିନିଷ ରଖୁଥିବାର ଦେଖାଯାଇଥାଏ। ତେବେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସମୟ ପଛ ପକେଟରେ ପର୍ସ ବା ଓ୍ଵାଲେଟ ରଖିଥାନ୍ତି । ଯଦି ଅପଣଙ୍କର ମଧ୍ୟ ଏପରି ଅଭ୍ୟାସ ରହିଛି ତେବେ ସାବଧାନ । କାରଣ ପ୍ୟାଣ୍ଟର ପଛ ପକେଟରେ ପର୍ସ ରଖିବା ଦ୍ୱାରା ଶରୀରରେ ଅନେକ ପ୍ରକାରର ଅସୁବିଧା ଦେଖାଯାଇଥାଏ । ଏହା ଦ୍ୱାରା ହାଡ଼ ଏବଂ ମାଂସପେଶୀ ସମ୍ବନ୍ଧୀୟ ଅନେକ ପ୍ରକାରର ରୋଗ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ପଛ ପକେଟରେ ପର୍ସ ରଖିବାର ବିଭିନ୍ନ ଅସୁବିଧା ।ଫିଜିଓଥେରାପିଷ୍ଟଙ୍କ ଅନୁଯାୟୀ ପ୍ୟାଣ୍ଟ ପଛରେ ପର୍ସ ରଖୁଥିବା ଅଭ୍ୟାସ ଶରୀର ପ୍ରତି ବହୁମାତ୍ରାରେ କ୍ଷତିକାରକ । ସାଧାରଣତଃ ପୁରୁଷମାନେ ପର୍ସରେ ଟଙ୍କା ସହିତ ବିଭିନ୍ନ ପ୍ରକାରର କାର୍ଡ଼ ଏବଂ ଅନ୍ୟାନ୍ୟ ଜିନିଷ ରଖିଥାନ୍ତି । ଏଥିପାଇଁ ପର୍ସର ଆକାର ସାଧାରଣଠାରୁ ଟିକେ ଅଧିକ ମୋଟା ହୋଇଥାଏ । ଏପରି ପର୍ସକୁ ପଛ ପକେଟରେ ରଖିବା ଦ୍ୱାରା ମେରୁଦଣ୍ଡ ହାଡ଼ ଏବଂ ଗ୍ରନ୍ଥି ମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ପ୍ୟାଣ୍ଟ ପଛରେ ପର୍ସ ରଖିବା ଦ୍ୱାରା ଶରୀରର ପଛ ଭାଗରେ ରକ୍ତ ପ୍ରଭାବ ସଠିକ୍ ଭାବେ ହୋଇ ନ ଥାଏ। ଏହା ଦ୍ୱାରା ଶିରାପ୍ରଶିରା ଫୁଲିବା ସହ ଅଣ୍ଟା ପିଠିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ସମୟ ଥାଉ ଥାଉ ଏହି ଅଭ୍ୟାସ ପରିବର୍ତ୍ତନ ନ କଲେ ଯନ୍ତ୍ରଣା ଅନିର୍ଦ୍ଦିଷ୍ଟ ସମୟ ପାଇଁ ରହିଥାଏ ।ଫିଜିଓଥେରାପିଷ୍ଟଙ୍କ ଅନୁଯାୟୀ , ଦୈନିକ ପଛ ପକେଟରେ ପର୍ସ ରଖିବା ଦ୍ୱାରା ପାୟରୀ ଫୋର୍ମିସ ସିଣ୍ଡ୍ରୋମ ନାମକ ରୋଗ ହେବାର ଆଶଙ୍କା ରହିଥାଏ । ବର୍ତ୍ତମାନର ଯୁବପିଢ଼ି ଏହି ରୋଗରେ ଅଧିକ ମାତ୍ରାରେ ଆକ୍ରାନ୍ତ ରହିଥିବାର ଜଣାପଡ଼ିଛି । ଏହି ରୋଗରେ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ ହେବା ସହ ବସିବା ଉଠିବାରେ ଅସୁବିଧା ହୋଇଥାଏ । ପଛ ପକେଟରେ ପର୍ସ ରଖି ବସିବା ଦ୍ୱାରା ଅଣ୍ଟାରେ ପ୍ରଭାବ ପଡ଼ିବା ସହ ନିତମ୍ବର ହାଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏଥିପାଇଁ ମଧ୍ୟ ଅନେକ ବ୍ୟକ୍ତି ଶରୀରର ପଛ ଭାଗରେ ଯନ୍ତ୍ରଣାର ଅଭିଯୋଗ କରିଥାନ୍ତି । ଏହା ଦ୍ୱାରା ମେରୁଦଣ୍ଡ ବଙ୍କା ରହିବା ସହ ଏଥିରେ ଉଚିତ ପରିମାଣର ପୋଷକ ପହଞ୍ଚିପାରି ନଥାଏ । ଆରମ୍ଭରେ ଏହି ସମସ୍ତ ଜିନିଷ ସାଧାରଣ ଲାଗିଥିଲେ ମଧ୍ୟ ଭବିଷ୍ୟତରେ ଏହା ଗମ୍ଭୀର ରୋଗର କାରଣ ସାଜିଥାଏ । ଏଣୁ ଯଥା ସମ୍ଭବ ଶୀଘ୍ର ନିଜର ପଛ ପକେଟରେ ପର୍ସ ରଖିବା ଅଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତୁ ।