ଜୟଲଳିତାଙ୍କ ସମାଧି ସ୍ଥଳରେ ଧ୍ୟାନ କଲେ ପନ୍ନିରସେଲଭମ୍ ! କହିଲେ,ଜୟାଙ୍କ ଆତ୍ମାସହ ହେଲେ କଥା

22

କନକ ବ୍ୟୁରୋ : ଶଶିକଳାଙ୍କ ଶପଥଗ୍ରହଣ ନେଇ ସସପେନ୍ସ ଲାଗି ରହିଥିବାବେଳେ ଗତକାଲି ସନ୍ଧ୍ୟାରେ ଜୟଲଳିତାଙ୍କ ସମାଧିସ୍ଥଳରେ ଧ୍ୟାନମୁଦ୍ରାରେ ବସିଥିଲେ ପନ୍ନିରସେଲଭମ୍ । ପ୍ରାୟ ଅଧଘଂଟା ଧରି ବସିବା ପରେ ଜୟାଙ୍କ ଆତ୍ମା ତାଙ୍କ ସହ କଥା ହୋଇଥିବା ଗଣମାଧ୍ୟମକୁ କହିଥିଲେ । ସତକଥା ସମସ୍ତେ ଜାଣନ୍ତୁ ବୋଲି ଆମ୍ମା ଚାହୁଁଥିବା କହିଥିଲେ ପନ୍ନିରସେଲଭମ୍ । ଆଉ ଜୟଲଳିତାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଶଶିକଳାଙ୍କ ଗୋଷ୍ଠୀ ତାଙ୍କ ଉପରେ କିପରି ଚାପ ପକାଉଥିଲେ ସେ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲେ । କିନ୍ତୁ ଆମ୍ମା ହସ୍ପିଟାଲରେ ଥିବା ବେଳେ ଦଳ ଆଉ ସରକାରକୁ ବଂଚାଇବା ପାଇଁ ତାଙ୍କୁ ପଦ ସମ୍ଭାଳିବାକୁ କହିଥିଲେ । ଜୟଲଳିତାଙ୍କ ମୃତ୍ୟୁ ପରେ ରାଜ୍ୟରେ ଆଇନ ଶୃଙ୍ଖଳା ଓ ଜଲିକଟ୍ଟୁ ପରିସ୍ଥିତିର ସେ ସଫଳ ମୁକାବିଲା କରିଥିଲେ । କିନ୍ତୁ ଶଶିକଳାଙ୍କ ଗୋଷ୍ଠୀ ପକ୍ଷରୁ ତାଙ୍କୁ ନୀଚ୍ଚା ଦେଖାଇବା ସହ ତାଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ପ୍ରୟୋଗ କରାଯାଉଥିଲା ବୋଲି ସୂଚନା ଦେଇଥିଲେ ପନ୍ନିରସେଲଭମ୍ ।