ଜୟଲଳିତାଙ୍କ ଦେହାନ୍ତ ପରେ ପନିରସେଲଭମ୍ ହେଲେ ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ

31

କନକ ବ୍ୟୁରୋ : ଜୟଲଳିତାଙ୍କ ଦେହାନ୍ତ ପରେ ଏଆଇଏଡିଏମକେର ବରିଷ୍ଠ ନେତା ପନିରସେଲଭମ୍ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କୁ ରାତି ଗୋଟାଏ ପରେ ଶପଥ ପାଠ କରାଇଛନ୍ତି । ପନିରସେଲଭମଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି । ଏହାପୂର୍ବରୁ ଏଆଇଏଡିଏମକେ ମୁଖ୍ୟାଳୟରେ ବିଧାୟକ ଦଳ ବୈଠକ ବସି ତାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ବାଚିତ କରାଯାଇଥିଲା । ଏହାପରେ ପନିରସେଲଭମଙ୍କ ସମେତ କେତେକ ନେତା ରାଜଭବନ ଯାଇଥିଲେ । ପନିରଙ୍କୁ ନେତା ନିର୍ବାଚିତ କରାଯାଇଛି ବୋଲି ସେମାନେ ରାଜ୍ୟପାଳଙ୍କୁ ଜଣାଇଥିଲେ ।