ଦୁନିଆର ସବୁଠାରୁ ‘ଖତରନାକ ସ୍ଥାନ’ । ଯେଉଁଠି ପର୍ଯ୍ୟଟକଙ୍କୁ ମିଳେ ମୃତ୍ୟୁର ଧମକ 

23

ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି । ଏଥିପାଇଁ ଯେଉଁ ସ୍ଥାନକୁ ଚୟନ କରାଯାଇଛି ତାହାର ନାମ ପନମୁନଜୋମ । ଏହି ସ୍ଥାନକୁ ଦୁନିଆର ସବୁଠାରୁ ‘ବିପଦପୂର୍ଣ୍ଣ ସ୍ଥାନ’ କୁହାଯାଏ । କିନ୍ତୁ ଏହି ସ୍ଥାନକୁ ଯୁଦ୍ଧ ବିରତି ସ୍ଥାନ ଭାବେ ଘୋଷଣା କରାଯାଇଛି । ଏହାପରେ ମଧ୍ୟ ସେଠାକୁ ଆସୁଥିବା ଲୋକମାନଙ୍କୁ ପ୍ରବେଶ କରିବା ପୂର୍ବରୁ ଏମିତି ଏକ ଡକ୍ୟୁମେଂଟରେ ହସ୍ତାକ୍ଷର କରିବାକୁପଡିଥାଏ ଯେଉଁଥିରେ ଲେଖାଯାଇଛି ଏଠାରେ ଆପଣଙ୍କର ମୃତ୍ୟୁ ମଧ୍ୟ ହୋଇପାରେ କିମ୍ବା ଆପଣ ଆହତ ମଧ୍ୟ ହୋଇପାରନ୍ତି । ଆସନ୍ତୁ ଜାଣିବା ଏହାର ପୁରା ଘଟଣା ।

ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ୱିଂଟର ଅଲମ୍ପିକ ଗେମସ ୨୦୧୮କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଅଲମ୍ପିକ ଗେମସ ଫେବୃୟାରୀରେ ଦକ୍ଷିଣ କୋରିଆରେ ହେବାକୁ ଯାଉଛି । ଏହି ଗେମରେ ଉତ୍ତର କୋରିଆ ଟିମ ମଧ୍ୟ ଭାଗ ନେବ । ଦୁଇ ଦେଶର ପ୍ରତିନିଧିମଣ୍ଡଳ ପନମୁନଜୋମଠାରେ ଆଲୋଚନା କରିଛନ୍ତି ।

୧୯୫୩ରେ ହୋଇଥିବା ଯୁଦ୍ଧ ପରେ ଏହି ସ୍ଥାନରେ ଯୁଦ୍ଧ ବିରତି ଲାଗୁକରାଯାଇଛି । ଏହା ସହିତ ଏହି ସ୍ଥାନକୁ ବେସାମରିକ ସ୍ଥାନ ଘୋଷଣା କରାଯିବା ସହିତ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ନାମଂଜୁର କରାଯାଇଛି । ଏହା ପରେ ମଧ୍ୟ ଏଠାରେ ଡର ଭୟ ଲାଗିରହିଥାଏ ।

ଉତ୍ତର କୋରିଆରୁ ଅନେକ ଲୋକ ପଳେଇଆସିବା ସମୟରେ ଏହି ସ୍ଥାନ ଦେଇ ଯାଇଥାନ୍ତି । ପଳେଇଆସିବା ସମୟରେ ଧରାପଡିଲେ ଉତ୍ତର କୋରିଆ ସୈନିକ ଗୁଳି ମଧ୍ୟ ମାରିପାରନ୍ତି । ବିବିସିର ଏକ ରିପୋର୍ଟ ଅନୁସାରେ, ପନମୁନଜୋମରେ ଏକ କର୍ନଫେରେନସ ରୁମ ରହିଛି ଯାହାକୁ ଦୁଇ ଦେଶର ଜମି ଉପରେ ନିର୍ମାଣ କରାଯାଇଛି । ଏହି କନଫରେନସ ରୁମରେ ଦୁଇ ଦେଶର ପର୍ଯ୍ୟଟକଙ୍କୁ କିଛି ପାଦ ଆଗକୁ ଯିବା ପାଇଁ ଅନୁମତି ମିଳିଥାଏ ।

ସୌଜନ୍ୟ: ଆଜତକ