ସନାତନ ମହାକୁଡ ବୋହୂ ବିବାଦ ମାମଲା, ଭୁବନେଶ୍ୱର ଜେଏମଏଫସି କୋର୍ଟରେ ହାଜର ହେଲେ ପଙ୍କଜ ମହାକୁଡ

2

ସନାତନ ମହାକୁଡଙ୍କ ବୋହୂ ବିବାଦ ମାମଲା । ଭୁବନେଶ୍ୱର ଜେଏମଏଫସି କୋର୍ଟରେ ହାଜର ହେଲେ ବିଧାୟକ ସନାତନଙ୍କ ପୁଅ ପଙ୍କଜ ମହାକୁଡ । ୧୬୪ ଧାରାରେ ତାଙ୍କ ବୟାନ ରେକର୍ଡ କରିଛି ପୋଲିସ । କବିତା ମହାକୁଡ ନାମକ ଜଣେ ମହିଳା ପଙ୍କଜ ମହାକୁଡଙ୍କ ସ୍ତ୍ରୀ ବୋଲି ଦାବି କରି ଅଭିଯୋଗ କରିଥିଲେ । ଏନେଇ ମହିଳା ଥାନାରେ କବିତାଙ୍କ ବୟାନ ରେକର୍ଡ କରାଯାଇଥିଲା । ପଙ୍କଜଙ୍କ ବୟାନ ରେକର୍ଡ କରିବା ପାଇଁ ପୁଲିସ ନୋଟିସ ଜାରି କରିଥିଲା । ତେବେ ନିର୍ଦ୍ଦାରିତ ସମୟରେ ପଂକଜ ହାଜର ନହେବାରୁ ତାଙ୍କ ଘରକୁ ଥାନା ଯାଇଥିଲା । ଯାହାର ତଦନ୍ତ ଆରମ୍ଭ କରିଛି କମିସନରେଟ ପୁଲିସ ।

Comments are closed.