ନୂଆପଡା ଜିଲ୍ଲା ଖରିଆର ସ୍ଥିତ ଆଇଟିଆଇ ପରିସରରେ ଭାଲୁ ! ଉଦ୍ଧାର ପାଇଁ ବନବିଭାଗର ପ୍ରୟାସ ଜାରି

50

କନକ ବ୍ୟୁରୋ: ଆଇଟିଆଇ ପରିସରରେ ଭାଲୁ ଆତଙ୍କ । ନୂଆପଡା ଜିଲ୍ଲା ଖରିଆର ରୋଡ୍ ସ୍ଥିତ ଆଇଟିଆଇ ପରିସରରେ ଦେଖାଯାଇଛି ଏକ ଭାଲୁ । ଆଇଟିଆଇ ପରିସରରେ ଥିବା ଏକ ଘର ଭିତରେ ପଶିଥିବା ଭାଲୁକୁ ଦେଖି ହଷ୍ଟେଲରେ ରହୁଥିବା ପିଲାମାନେ ଆତଙ୍କିତ ହୋଇ ପଡିଛନ୍ତି ।

ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଂଚି ଭାଲୁକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ବନବିଭାଗ କର୍ମଚାରୀ । ତେବେ ଭାଲୁଟି ହଷ୍ଟେଲର ଏକ ପାଇଖାନା ଭିତରେ ପଶି ଯାଇଥିବା ବେଳେ ତାକୁ ତାଲା ପକାଇ ରଖାଯାଇଛି । କେଉଁଠୁ ଆଉ କିପରି ଭାଲୁଟି ଏହି ଆଇଟିଆଇ ପରିସରକୁ ଆସିଲା ତାହା ଜଣା ପଡିନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-