କେନ୍ଦ୍ରାପଡା ଗରଦପୁରରେ ମଇଁଷି ମଡ଼କ :୩ ଦିନରେ ମଲେଣି ୩୦ରୁ ଅଧିକ ମଇଁଷି, ଆଜିଠାରୁ ଆରମ୍ଭ ହେବ ଟୀକାକରଣ

315

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ଗରଦପୁରରେ ମଇଁଷି ମଡକ । ଗତ ୩ ଦିନ ହେବ ଅଜଣା ରୋଗରେ ୩୦ ମଇଁଷିଙ୍କ ଜୀବନ ଗଲାଣି । ଗାଁରେ ଅଧିକାଂଶ ଲୋକ ମଇଁଷି ପାଳନ କରି ଜୀବନ ନିର୍ବାହ କରୁଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଛାନିଆ ଖେଳିଯାଇଛି । ହଠାତ୍ ମଇଁଷି ଗୁଡିକର ପାଟିରୁ ଲାଳ ବାହାରୁଚି । ଏହା ପରେ ତଳେ ପଡି ଯାଇ ପ୍ରାଣ ହରାଉଛନ୍ତି ।

ସେପଟେ ମୃତ ମଇଁଷି ଗୁଡିକୁ ଲୋକେ ବାହାରେ ଏଣେତେଣେ ଫିଙ୍ଗି ଦେଉଥିବାରୁ ଅଜଣା ରୋଗ ବ୍ୟାପିବାର ବି ଆଶଙ୍କା ରହିଛି ।  ଘଟଣା ଜଣାପଡିବା ପରେ ଗାଁରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଜଣା ରୋଗରୁ ମଇଁଷିଙ୍କୁ ବଂଚାଇବାକୁ ଆଜି ଠାରୁ ଆରମ୍ଭ ହେବ ଟୀକା କରଣ ।