ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ସମଗ୍ର ଦେଶରେ ପାଳିତ ହେଉଛି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ । ଏହାକୁ ବିଜେପି ରାଜ୍ୟବ୍ୟାପୀ ଉତ୍ସବ ଭାବେ ପାଳନ କରୁଛି । ଦୀନଦୟାଲଙ୍କ ଆଦର୍ଶ ଓ ବାର୍ତାକୁୁ ସାଧାରଣ ଜନତାଙ୍କ ନିକଟରେ ପହଁଚାଇବା ପାଇଁ ବିଜେପି କାର୍ଯ୍ୟକ୍ରମର ଆୟୋଜନ କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୀନଦୟାଲଙ୍କର ଏକ ପ୍ରତିମୂର୍ତି ଉନ୍ମୋଚନ କରାଯାଇଛି ।

ବିଜେପି ପକ୍ଷରୁ ସାରା ଦେଶରେ ବର୍ଷ ତମାମ ବିଭିନ୍ନ ସମୟରେ ଏହି ସମାରୋହ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ଜିଲ୍ଲା ସ୍ତରରେ ମଧ୍ୟ ସମାରୋହ କମିଟି ଗଠନ କରାଯିବ। ଏହି ଅବସରରେ ରକ୍ତ ଦାନ ଶିବିର, ବୃକ୍ଷ ରୋପଣ, ଗ୍ରାମସଭା, ଗଣଦୌଡ଼, ପଦଯାତ୍ରା ଏବଂ ସ୍କୁଲ ଓ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଉଛି ।