ଟିକସ ଫାଙ୍କି ଉପରେ ସରକାରଙ୍କ କଡ଼ା ପଦକ୍ଷେପ ! ଏଣିକି ସମସ୍ତ ସୁନା କାରବାରରେ ବାଧ୍ୟତାମୂଳକ ହୋଇପାରେ ପାନକାର୍ଡ

39

କନକ ବ୍ୟୁରୋ : ଏଣିକି ସୁନା କିଣାବିକାରେ ବାଧ୍ୟତାମୂଳକ ହୋଇପାରେ ପାନକାର୍ଡ । ଏନେଇ ଅର୍ଥନୈତିକ ନିୟନ୍ତ୍ରଣକାରୀ ପାନେଲ୍ ପ୍ରସ୍ତାବ ଦେଇଛନ୍ତି । ଯଦି ସରକାର ଏହି ପସ୍ତାବରେ ସହମତି ପ୍ରକାଶ କରନ୍ତି ତେବେ ସୁନା କିଣାବିକା ଯେତିକି ଟଙ୍କାର ହେଉନା କାହିଁକି ପାନକାର୍ଡ ବାଧ୍ୟତାମୂଳକ କରାଯିବ । ବର୍ତ୍ତମାନ କେବଳ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା କାରବାର କଲେ ପାନ୍ ନମ୍ବର ଜରୁରୀ ।

ଏହା ସହ ପ୍ୟାନେଲର ପ୍ରସ୍ତାବ ଅନୁଯାୟୀ, ଯେତେବେଳେ ବି ଗ୍ରାହକ ସୁନା କିଣିବେ ଇଲେକଟ୍ରୋନିକ୍ ଗୋଲ୍ଡ ରେଜିଷ୍ଟ୍ରି ମାଧ୍ୟମରେ କାରବାର କରାଯିବ । ଅର୍ଥାତ୍ ଆପଣ କୌଣସି ଦୋକାନରୁ ସୁନା କିଣନ୍ତୁ ନାଁ କହିଁକି ଅନଲାଇନ୍ ଏହାର ହିସାବନିକାଶ ରେକର୍ଡ ରହିବ । ଏହା ଦ୍ୱାରା କୌଣସି ବ୍ୟକ୍ତି ସୁନା ରୁପରେ କଳାଧନ ଜମାକରିବାକୁ ଚେଷ୍ଟା କଲେ ଜଣା ପଡିଯିବ ।

ଏହି ପଦକ୍ଷେପ କଳାଧନ ଟିକସ ଫାଙ୍କି ଉପରେ ରୋକ୍ ଲଗାଇବା ପାଇଁ ନିଆଯାଇଛି । ଯେଉଁମାନେ ସୁନା ରୁପରେ କଳାଧନ ଜମା କରୁଛନ୍ତି ସେମାନଙ୍କ ଉପରେ ନିୟନ୍ତ୍ରଣ ପାଇଁ ଏହି ନିଷ୍ପତି ନେଇଛି ପ୍ୟାନେଲ୍ । ବିଶ୍ୱର ଅନ୍ୟାନ୍ୟ ଦେଶ ଅପେକ୍ଷା ଭାରତରେ ଲୋକେ ଅଧିକ ସୁନା ରଖୁଥିବା କଥା କମିଟି କହିଛି। ତେଣୁ ଏଥିପାଇଁ ବିଭିନ୍ନ ପ୍ରକାରର ଗୋଲ୍ଡ୍ ବଣ୍ଡ୍ ପ୍ରଚଳନ କରାଯାଉ ବୋଲି ପାନେଲ୍ ଅନୁମୋଦନ କରିଛି। ଉଲ୍ଲେଖଯୋଗ୍ୟ , ଭାରତୀୟ ଗୃହସ୍ଥମାନଙ୍କର ବହୁମୁଖୀ ଅର୍ଥନୀତିକୁ ପର୍ୟ୍ୟବେକ୍ଷଣ କରିବାକୁ ଏହି ପାନେଲ୍ ଗଠିତ ହୋଇଥିଲା।

ସୌଜନ୍ୟ : ଆଜତକ୍