କୋର୍ଟର ଐତିହାସିକ ନିଷ୍ପତି: ଚାକିରି ଚାଲିଗଲେ ବି ସ୍ତ୍ରୀକୁ ଭରଣ-ପୋଷଣ ଭତ୍ତା ଦେବାକୁ ସ୍ୱାମୀ ବାଧ୍ୟ

472

ସ୍ୱାମୀର ଚାକିରି ଚାଲିଗଲେ ବି ସ୍ତ୍ରୀକୁ ଦେବାକୁ ପଡିବ ଭରଷପୋଷଣ ଭତ୍ତା । ଏକ ମାମଲାର ଶୁଣାଣି କରି ଏଭଳି ଐତିହାସିକ ନିଷ୍ପତି ଶୁଣାଇଛି ପଞ୍ଚକୁଲା ହାଇକୋର୍ଟ ।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବିବାଦ ମାମଲାରେ ଏଭଳି ଏକ ବଡ ରାୟ ଶୁଣାଇଛି ପଞ୍ଚକୁଲା ହାଇକୋର୍ଟ । କୋର୍ଟ କହିଛି କି, ଯଦି ସ୍ୱାମୀର ଚାକିରି ଚାଲିଯାଏ ତେବେ ବି ତାଙ୍କୁ ପତ୍ନୀଙ୍କୁ ଭରଣପୋଷଣ ବାବଦକୁ ଟଙ୍କା ଦେବାକୁ ପଡିବ । ସ୍ୱାମୀ କୋର୍ଟ ତରଫରୁ ଧାର୍ଯ୍ୟ କରାଯାଇଥିବା ଭରଣ-ପୋଷଣ ରାଶିକୁ ପତ୍ନୀକୁ ଦେବାକୁ ବାଧ୍ୟ ଅଟନ୍ତି ।

ସୂଚନା ମୁତାବକ, ଜଣେ ବ୍ୟକ୍ତି ତାଙ୍କଠାରୁ ଅଲଗା ରହୁଥିବା ପତ୍ନୀଙ୍କୁ କୋର୍ଟ ତରଫରୁ କୁହାଯାଇଥିବା ଭରଷ ପୋଷଣ ଭତ୍ତା ବାବଦକୁ ୬ ହଜାର ଟଙ୍କା ପ୍ରତିମାସ ଦେଉଥିଲେ । କିନ୍ତୁ ଚାକିରି ଚାଲିଯାଇଥିବା କହି ସେ ଏହି ଟଙ୍କା ଦେବାକୁ ଅସମର୍ଥ ବୋଲି କୋର୍ଟରେ ଆବେଦନ କରିଥିଲେ । ମାତ୍ର କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେବା ସହ କହିଛି କି, ଯଦି ବି ସ୍ୱାମୀର ଚାକିରି ଚାଲିଯାଇଛି ତାହା ସତ୍ୱେ ବି ସେ ପତ୍ନୀକୁ ପ୍ରତିମାସ ଭତ୍ତା ଦେବାକୁ ବାଧ୍ୟ ଅଟନ୍ତି । କାହିଁକି ନା ବିନା ଟଙ୍କାରେ ପତ୍ନୀ ଚଳିବେ କିଭଳି । ତେବେ କୋର୍ଟ ତରଫରୁ ଆହୁରୀ ମଧ୍ୟ କୁହାଯାଇଛି କି, ଯଦି ସ୍ୱାମୀ ଶିକ୍ଷିତ ଥିବେ ତେବେ ଏଭଳି ପରିସ୍ଥିତିରେ ସେ ଏହି ଅର୍ଥ ରାଶି ଦେବାକୁ ମନା କରିପାରିବେ ନାହିଁ ।