୪ର୍ଥ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ! ୨୮ଟି ଜିଲ୍ଲାର ୧୬୧ଟି ଜିଲ୍ଲା ପରିଷଦ ଆସନରେ ମତଦାନ

26

କନକ ବ୍ୟୁରୋ : ୪ର୍ଥ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ଆଜି ଆରମ୍ଭ ହୋଇଛି ମତଦାନ । ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ଦିନ ୧୨ଟା ଯାଏଁ ଚାଲିବ । ଆଜି ୪ର୍ଥ ପର୍ଯ୍ୟାୟରେ ରାଜ୍ୟର ୨୮ଟି ଜିଲ୍ଲାର ୬୨ଟି ବ୍ଲକ ଅଧିନରେ ଥିବା ୧୬୧ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ଚାଲିଛି । ଏହି ଜିଲ୍ଲା ପରିଷଦ ଅଧିନରେ ଥିବା ମୋଟ୍ ୧୩ଶହ ୨୪ଟି ପଂଚାୟତରେ ମତଦାନ ଚାଲିଛି । ମୋଟ୍ ୧୭ ହଜାର ୮୭୬ଟି ୱାଡର ୫୦ ଲକ୍ଷ ୬୧ ହଜାର ୯୭୪ ଭୋଟର ମତଦାନ କରୁଛନ୍ତି ।

ଆଜି ଅନୁଷ୍ଠିତ ହେଉଥିବା ୧୬୧ ଜିଲ୍ଲା ପରିଷଦ ଜୋନ୍ରେ ମୋଟ୍ ୬୪୭ ଜଣ ପ୍ରାର୍ଥୀ ବିଭିନ୍ନ ଦଳରୁ ନିର୍ବାଚନୀ ମୈଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୪ର୍ଥ ପର୍ଯ୍ୟାୟରେ ମୟୁରଭଂଜ ଜିଲ୍ଲାରେ ସର୍ବାଧିକ ୭୦ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଳାରେ ସର୍ବନିମ୍ନ ୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ଦେବଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟରେ ନିର୍ବାଚନ ଚାଲିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-