କାହାର ସ୍ଥିତି କଣ ? କେଉଁ ଦଳ ହାତକୁ ଯାଇଛି କେତୋଟି ଆସନ ?

41

କନକ ବ୍ୟୁରୋ : ଆଜି ରାଜ୍ୟର ୨୮ଟି ଜିଲ୍ଲାରେ ଚାଲିଛି ୪ର୍ଥ ପର୍ଯ୍ୟାୟ ମତଦାନ । ତେବେ ପ୍ରଥମ ୩ଟି ଯାକ ପର୍ଯ୍ୟାୟ ନିର୍ବାଚନ ପରେ କାହାର ସ୍ଥିତି କଣ ? କେଉଁ ଦଳ ହାତକୁ ଯାଇଛି କେତୋଟି ଆସନ ? ପ୍ରଥମ ୩ଟି ଯାକ ପର୍ଯ୍ୟାୟର ମୋଟ୍ ୫୩୮ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ଖାତାକୁ ଯାଇଛି ୨୯୦ଟିି ଆସନ । ସେହିପରି ବିଜେପିକୁ ୧୯୨ ଏବଂ କଂଗ୍ରେସ ମାତ୍ର ୪୪ଟି ଜୋନରେ ବିଜୟୀ ହୋଇଛି । ଅନ୍ୟାନ୍ୟ ଦଳ ପାଖକୁ ଯାଇଛି ୧୨ଟି ଆସନ । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୧୮୮ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୧୦୩, ବିଜେପି ୭୧ଟି, କଂଗ୍ରେସ ୧୧ଟି ଏବଂ ଅନ୍ୟାନ୍ୟ ଦଳ ୩ଟି ଜୋନ୍ କବଜା କରିଥିଲା ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୭୫ ଆସନ ମଧ୍ୟରୁ ବିଜେଡି ୯୭, ବିଜେପି ୫୮, କଂଗ୍ରେସ ୧୬ ଏବଂ ୪ଟି ଆସନରେ ଅନ୍ୟାନ୍ୟ ଦଳ ବିଜୟୀ ହୋଇଛି । ତୃତୀୟ ପର୍ଯ୍ୟାୟରେ ୧୭୫ଟି ଆସନରୁ ବିଜେଡି ୯୦ଟି ଆସନ ଜିତିଥିବା ବେଳେ ବିଜେପି ପାଇଛି ୬୩, କଂଗ୍ରେସ ୧୭ ଏବଂ ଅନ୍ୟାନ୍ୟ ଦଳ ପାଖକୁ ଯାଇଛି ୫ଟି ଜିଲ୍ଲା ପରିଷଦ ଜୋନ୍ ।