ନିର୍ବାଚନୀ ହିଂସା ! ରାଲିରେ ଉତେଜନା ପରେ ଜଗତସିଂହପୁର ଇବ୍ରିସିଂ ବଜାରରେ ଜଳିଲା ୩ ଦୋକାନ

26

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଫଳାଫଳା ବାହାରିବା ପରେ ଜଗତସିଂହପୁରରେ ଦେଖାଦେଇଛି ରାଜୈନତିକ ହିଂସା । ନିର୍ବାଚନରେ ଜିତିଥିବା ବିଜେଡି ସମର୍ଥିତ ପ୍ରାର୍ଥି ବିରୋଧୀଙ୍କ ପାଳଗଦା , ଘରେ ଓ ଇବ୍ରିସିଂ ବଜାରରେ ଥିବା ଦୋକନରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।

ଏଥିରେ ଶନାତନ ଦଳେଇ ଓ ଗୋପିନାଥ ମଲ୍ଲିକଙ୍କ ଘର ସଂପୂର୍ଣ୍ଣ ଜଳିଯାଇଛି । ଏହାକୁ ନେଇ ଉଭୟ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହେବା ସହ ତିର୍ତୋଲ ଥାନାରେ ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ବିରୋଧୀମାନେ ମଣିଜଙ୍ଗ-ଏରସମା ରାସ୍ତାର ଇବ୍ରିସିଂ ଛକ ନିକଟରେ ରାସ୍ତାରୋକ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ।