ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ! ମହିଳା ସରପଂଚ ପ୍ରାର୍ଥିନୀଙ୍କୁ ଗାଳିଗୁଲଜ ସହ ଅସଦାଚରଣ ଅଭିଯୋଗ

48

କନକ ବ୍ୟୁରୋ : ଜଗତସିଂହପୁର ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିରିତୋଳ ପଂଚାୟତରେ ନିର୍ବାଚନୀ ହିଂସା । ବିଜେଡି ଓ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ଗତକାଲି ରାତିରେ ସଂର୍ଘଷ ଘଟିଛି । ଏଥିରେ ମହିଳା ସରପଂଚ ପ୍ରାର୍ଥିନୀଙ୍କୁ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ କନକପୁର ଫାଣ୍ଡିରେ ଅଭିଯୋଗ କରିବା ସହ ନ୍ୟାୟ ଦାବିରେ ଫାଣ୍ଡି ଆଗରେ ଧାରଣା ଦିଆଯାଇଛି । ଏପରିକି ପ୍ରାର୍ଥୀଙ୍କ ସହ ପ୍ରଚାରରେ ଯାଇଥିବା ଅନ୍ୟ ମହିଳାଙ୍କୁ ମଧ୍ୟ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ପରେ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ଗଣ୍ଡଗୋଳ ହେଇଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି । ଆହତମାନେ ଏନେଇ ତିର୍ତୋଲ ଥାନାରେ ଅଭିଯୋଗ କରିଛନ୍ତି । ପରେ ଉଭୟ ଗୋଷ୍ଠୀ କନକପୁର ରାସ୍ତାର ବିରିତୋଳ ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଏହି ଘଟଣା ପରେ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲିକ ତିର୍ତୋଲ ଥାନାରେ ପହଂଚି ଆହତ ମାନଙ୍କୁ ଭେଟିବା ସହ ରାସ୍ତା ଅବରୋଧ କରିଥିବା ଲୋକମାନଙ୍କୁ ବୁଝାଇଥିଲେ । ଆଇନ୍ ଶୃଙ୍ଖଳା ପରିସ୍ଥିତକୁ ଦୃଷ୍ଟିରେ ରଖି ସେଠାରେ ୧ ପ୍ଲାଟୁନ ପୁଲିସ ମୁତୟନ କରାଯିବା ସହ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଯିବ ବୋଲି ତିର୍ତୋଲ ଏସ.ଡି.ପିଓ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-