ବିଜେପି ନେତା ପ୍ରତାପ ଷଡଙ୍ଗୀଙ୍କୁ ଆକ୍ରମଣ ! କିଛି ଦୁର୍ବୃତ ତାଙ୍କୁ ମାଡ ମାରିବା ସହ ଟଣାଟଣି କରିଥିବା ଅଭିଯୋଗ

29

କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀଙ୍କୁ ଆକ୍ରମଣ । ଗତକାଲି ରାତିରେ ସେ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭଶ୍ରୀ ସେଠୀ ବରହମପୁର ପାର୍ଟି ଅଫିସରୁ ଫେରିବା ବେଳେ ରାସ୍ତାରେ କିଛି ଦୁର୍ବୃତ ସେମାନଙ୍କୁ ଅଟକାଇବା ସହ ଆକ୍ରମଣ କରିଥିଲେ । ଉଭୟଙ୍କ ଗାଡି ଉପରକୁ ପଥର ମାଡ ହୋଇଛି । ଅନ୍ୟପଟେ ପ୍ରତାପ ଷଡଙ୍ଗୀ ଓ ତାଙ୍କ ଡ୍ରାଇଭରଙ୍କୁ ମାଡ ମାରିବା ସହ ଟଣାଟଣି କରିଥିବା ଅଭିଯୋଗ ହୋଇଛି ।

ସେପଟେ ଏହି ଘଟଣା ପରେ ଦୁବୃତଙ୍କୁ ତୁରନ୍ତ ଗିରଫ ଦାବି କରି ରାତିରେ ଶତାଧିକ ବିଜେପି କର୍ମୀ ବରହମପୁର ଥାନା ଘେରାଉ କରିଥିଲେ ଏବଂ ପ୍ରତାପ ଷଡଙ୍ଗୀ ଧାରଣାରେ ବସିଥିଲେ । ଆକ୍ରମଣକାରୀମାନେ ବିଜେଡି କର୍ମୀ ବୋଲି ବିଜେପି ପକ୍ଷରୁ କୁହାଯାଉଛି ।