ବିଜେଡିର ବିଫଳତା ନେଇ ମୁହଁ ଖୋଲିଲେ ଉତ୍ତମ ମହାନ୍ତି ! କହିଲେ, ଦଳ ଭିତରେ ଚାଲିଛି ଲଢେଇ

61

କନକ ବ୍ୟୁରୋ: ନିକଟରେ ବିଜେଡିରେ ଯୋଗଦେଇଥିବା ଓଲିଉଡର ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ବିସ୍ଫୋରକ ବୟାନ ଦେଇଛନ୍ତି । ପଂଚାୟତ ନିର୍ବାଚନରେ ବିଜେଡିର କ୍ଷତି ନେଇ ମୁହଁ ଖୋଲିଛନ୍ତି ଉତ୍ତମ । ମୟୁରଭଂଜରେ ବିଜେଡି ବିଜେଡି ଭିତରେ ଲଢେଇ ଚାଲିଛି । ପ୍ରଚାର ପାଇଁ ଡାକି ତାଙ୍କୁ ସୁଯୋଗ ଦେଇନଥିବା ସେ ଅଭିଯୋଗ କରିଛନ୍ତି । ଆଗକୁ ବିଜେଡି ଖରାପ ପ୍ରଦଶର୍ନ କରିବ ବୋଲି କହିଛନ୍ତି ଉତମ ।

ତେବେ ଜାନୁଆରୀ ୨୭ରେ ବିଜେଡିରେ ଯୋଗ ଦେଇଥିଲେ ଓଲିଉଡର ଏହି ଭେଟେରାନ ଅଭିନେତା । ନେତା ହେବା ପାଇଁ ଆସିନି, ସିପାହୀ ଭାବେ କାଯ୍ୟ କରିବି । ମୟୁରଭଞ୍ଜ ଓଡିଶାର ସବୁଠାରୁ ବଡ ଜିଲ୍ଲା । ଏହି ଜିଲ୍ଲାର ଅବସ୍ଥା ସୁଧାରିବା ପାଇଁ କାର୍ଯ୍ୟ କରିବି ବୋଲି କହିଥିଲେ ଏହି ସିନେ ଷ୍ଟାର ଜଣକ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-