କନକ ବ୍ୟୁରୋ : ବିଭିନ୍ନ କାରଣରୁ ତୃତୀୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ହୋଇଥିବା ୪ଟି ଜିଲ୍ଲାର ୧୦ଟି ସ୍ଥାନରେ ସାନି ମତଦାନ ପାଇଁ ତାରିଖ ଚୁଡାନ୍ତ ହୋଇଛି । ଆସନ୍ତା ୨୦, ୨୧ ଏବଂ ୨୨ ତାରିଖରେ ଏହି ୧୦ଟି ସ୍ଥାନ ଗୁଡ଼ିକରେ ସାନି ମତଦାନ ହେବ । ଆସନ୍ତା ୨୦ ତାରିଖରେ ନୟାଗଡ଼ ଜିଲ୍ଲା ତେଣ୍ଡାବାଡି ପଂଚାୟତର ଗୋଟିଏ ୱାର୍ଡ ଏବଂ ସୁନ୍ଦରଗଡ଼ ଜିଲ୍ଲା କୁରୁଡା ପଂଚାୟତର ଗୋଟିଏ ୱାର୍ଡ ପାଇଁ ସାନି ମତଦାନ ହେବ ।

ସେହିପରି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଓ ବିଞ୍ଝାରପୁର ବ୍ଲକ ଅର୍ନ୍ତଗତ ୭ଟି ୱାର୍ଡରେ ଆସନ୍ତା ୨୧ ତାରିଖରେ ନିର୍ବାଚନ ହେବ । ସେହିପରି ପୁରୀ ଜିଲ୍ଲା ଶାସନଦାମୋଦରପୁରର ଗୋଟିଏ ୱାର୍ଡରେ ୨୨ ତାରିଖରେ ସାନି ମତଦାନ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।