ବିଧାନସଭାରେ ପଂଚାୟତରାଜ ବିଭାଗର ଆଲୋଚନାକୁ ନେଇ ହୋହାଲ୍ଲା ! ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଭିଯୋଗ, ଗୃହରେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବିଭାଗୀୟ ମନ୍ତ୍ରୀ

24

କନକ ବ୍ୟୁରୋ : ବିଧାନସଭା ଆଜି ସ୍ୱାଭାବିକ ହୋଇଛି । ପଂଚାୟତିରାଜ ବିଭାଗର ଆଲୋଚନାକୁ ନେଇ ଗୃହରେ ହୋହଲ୍ଲା କରିଛନ୍ତି କଂଗ୍ରେସ ବିଧାୟକ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ, ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ମନ୍ତ୍ରୀ । ତତ୍କାଳୀନ ମନ୍ତ୍ରୀ ଅରୁଣ ସାହୁ ୨୦୧୫-୨୦୧୬ରେ ୨ ଲକ୍ଷ ୬୨ ହଜାର ୬୮୦ ପକ୍କାଘର ନିର୍ମାଣ ହୋଇଥିବା କହିଥିଲେ । କିନ୍ତୁ ଆଜି ବିଭାଗୀୟ ମନ୍ତ୍ରୀ କହୁଛନ୍ତି ୨ ଲକ୍ଷ ୫୭ ହଜାର ୮୯୪ ପକ୍କା ଘର ନିର୍ମାଣ ହୋଇଛି । ଏଭଳି ବିଭ୍ରାନ୍ତିକର ତଥ୍ୟ ନେଇ ବାଚସ୍ପତିଙ୍କ ରୁଲିଂ ଦାବିରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ ।