ଆକ୍ସନ ମୁଡରେ ମହାରଥୀ ! ସାଲେପୁର ବ୍ଲକରେ ପଂଚାୟତରାଜ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

27

କନକ ବ୍ୟୁରୋ: ପଂଚାୟତିରାଜ ମନ୍ତ୍ରୀ ଗାଦିରେ ବସିବା ପରଠୁ ଆକ୍ସନ ମୁଡରେ ମହାରଥୀ । ରାଜ୍ୟର ବିଭିନ୍ନ ବ୍ଲକ୍ ଅଫିସ୍ ଓ ତହସିଲ ଅଚାନକ ପରିଦର୍ଶନ କରୁଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ବ୍ଲକ୍ ଓ ତହସିଲରେ ସୁଚାରୁରୂପେ କାର୍ଯ୍ୟ କରାଯାଉନଥିବା ନେଇ ଅଭିଯୋଗ ଆସିବା ପରେ ପଂଚାୟତିରାଜ ବିଭାଗ ତନାଘନା ଜାରି ରଖିଛି । ଖୋଦ୍ ମନ୍ତ୍ରୀ ପ୍ରଦୀପ ମହାରଥୀ ବ୍ଲକ୍ ଓ ତହସିଲରେ ପହଂଚି ଯାଂଚ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଆଜି ସାଲେପୁର ବ୍ଲକର ପାଳି ପଡିଥିଲା ।

ମନ୍ତ୍ରୀ ସକାଳୁ ସକାଳୁ ଅଚାନକ ବ୍ଲକ୍ ଅଫିସରେ ପହଂଚିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହାରଥୀ ପହଂଚିବା ବେଳକୁ ବ୍ଲକ୍ ଅଫିସ ଖାଲି ପଡିଥିଲା । ଜଣେ ହେଲେ ବି ବରିଷ୍ଠ ଅଧିକାରୀ ଉପସ୍ଥିତ ନଥିଲେ ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମନ୍ତ୍ରୀ । ପ୍ରଦୀପ ମହାରଥୀ ବହୁ ସମୟ ଧରି ରହିବା ପରେ ବି ବ୍ଲକକୁ ଆସିନଥିଲେ ବିଡିଓ, ଏବିଡିଓ, ଜେଇ, ଆକାଉଂଟାସ ଅଫିସର, ହେଡକ୍ଲର୍କ କି ଆନ୍ୟ କୌଣସି ଅଫିସର । ଯାହାକୁ ନେଇ କ୍ଷୁବ୍ଧ ଥିବା ମନ୍ତ୍ରୀ, ପରିଦର୍ଶନ ସାରି ଫେରିବା ପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –