ଗଞ୍ଜାମ ନରସିଂହପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା : ଗୋଷ୍ଠୀ ସଂଘର୍ଷ ଘଟି ୩ ଆହତ

33

କନକ ବ୍ୟୁରୋ : ଗଞ୍ଜାମ ନରସିଂହପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା । ଦିଗପହଣ୍ଡି ଥାନାର ନରସିଂହପୁର ଗାଁରେ ଗୋଷ୍ଠୀ ସଂଘର୍ଷ ବେଳେ ୩ଜଣ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବୁଧବାର ରାତିରେ ବିଜେପି ସମର୍ଥକ ଶେଖ ନିଜ ଘରକୁ ଯାଉଥିବା ବେଳେ ବିଜେଡି ସମର୍ଥକ ଗୋଷ୍ଠୀ ମାରଣାସ୍ତ୍ର ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଶେଖରଙ୍କୁ ଉଦ୍ଧାର କରିବାକୁ ଯାଇ ବାପା ରାମଦାସ ଓ ତାଙ୍କ ସମ୍ପର୍କିୟ ଶୁକଦେବ ମଧ୍ୟ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏନେଇ ଥାନାରେ ଏତଲା ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-