ନିୟମରେ ପରିବର୍ତ୍ତନ : ପଞ୍ଚାୟତିରାଜ ବିଭାଗ କରିବ ଉନ୍ନୟନ କାର୍ଯ୍ୟ
କନକ ବ୍ୟୁରୋ : ଗାଁ ଗହଳରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉନ୍ନୟନ କାର୍ଯ୍ୟକୁ ଏଣିକି ପଞ୍ଚାୟତିରାଜ ବିଭାଗ କରିବ । ପୂର୍ବରୁ ଏହି କାର୍ଯ୍ୟ ଗ୍ରାମ ସ୍ତରର ମୁଖ୍ୟ (ଭିଏଲ୍ଏଲ୍) ମାନେ କରୁଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାରେ ସଂଶୋଧନ ଆଣି ସରକାର ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ସ୍ତରରେ ବିଭାଗୀୟ କାର୍ଯ୍ୟ କ୍ଷେତ୍ରରେ ଭିଏଲ୍ଏଲ୍ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏ ନେଇ ସଂଶୋଧିତ ନିୟମାବଳୀ ପ୍ରକାଶ ପାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଚଳିତ ବ୍ୟବସ୍ଥାରେ ଗାଁ ଗହଳରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ଭିଏଲ୍ଏଲ୍ କରୁଥିଲେ। ନୂଆ ବ୍ୟବସ୍ଥାରେ ୧୦ଲକ୍ଷ ଟଙ୍କାର କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରାଯିବ । ପୂର୍ତ୍ତ, ଓଡିଶା ପଞ୍ଚାୟତ ସମିତି ଆର୍ଥକ ପରିଚାଳନା ନିୟମ ଓ ଓଡିଶା ସରକାରଙ୍କ ଆର୍ଥକ ନିୟମ ଆଧାରରେ ଏହି ଟେଣ୍ଡର ପ୍ରକ୍ରିୟା ହେବ ।