ପଂଚାୟତ ପରୀକ୍ଷାର ଗ୍ରାଣ୍ଡ ଫିନାଲେ ! ବିଜେଡିକୁ ଜୋରଦାର୍ ଟକ୍କର ଦେଉଛି ବିଜେପି

33

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ସୁତ୍ରରୁ ନିର୍ବାଚନ ଫଳାଫଳ ଆସିବା ପରେ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରାଯାଉଛି । ସବୁ ବ୍ଲକରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଗଣତି । ଗତ ୨୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ସମୟରେ ଫଳାଫଳର ଯେଉଁ ଧାରା ସାମ୍ନାକୁ ଆସିଥିଲା ପ୍ରାୟ ସେହି ଧାରାରେ ହିଁ ଆଜି ବିଧିବଦ୍ଧ ଭାବେ ଫଳାଫଳ ଆସିବାରେ ଲାଗିଛି । ପ୍ରଥମ ଥର ପାଇଁ ଗତ ୧୭ ବର୍ଷ ଭିତରେ ଅପ୍ରତିଦ୍ୱନ୍ଦ୍ୱୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର୍ ଟକ୍କର ଦେଇଛି ବିଜେପି । ଗଣତି ଶେଷ ହେବା ପରେ ୮୪୯ ଟି ଜିଲ୍ଲା ପରିଷଦ ଜୋନର ଚୂଡାନ୍ତ ଫଳାଫଳ ଜଣାପଡିବ । ୮୪୯ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ବିଜେଡି ୪୩୩, ବିଜେପି ୨୭୮, କଂଗ୍ରେସ ୫୮ ଓ ଅନ୍ୟ ୨୧ରେ ବିଜୟୀ ।