ପ୍ରଥମ ପର୍ଯ୍ୟାୟର ପୁନରାବୃତ୍ତି ! ବିଜେଡି ଖସୁଛି, ବିଜେପି ହସୁଛି

35

କନକ ବ୍ୟୁରୋ : ଗାଁରୁ ଆସୁଛି ଜନମତ । ବଦଳୁଛି ଲୋକଙ୍କ ମିଜାଜ୍ । ଶାସକ ବିଜେଡି ଅପେକ୍ଷା ବିଜେପିକୁ ବିକଳ୍ପ ଭାବରେ ବାଛୁଛନ୍ତି ଗାଁ ଭୋଟର୍ । ଶାସକ ବିଜେଡି ଦଳକୁ କଡା ଟକ୍କର ଦେଉଛି ବିଜେପି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭଳି ଦ୍ୱିତୀୟ ପର୍ଯ୍ୟାୟ ପଂଚାୟତ ଭୋଟରେ ମଧ୍ୟ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି । ଫଳାଫଳର ତାଜା ରିପୋର୍ଟ ଅନୁସାରେ ୧୭୪ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୬ରେ ବିଜେଡି, ବିଜେପି ୫୨, କଂଗ୍ରେସ ୧୫ ଓ ୨ଟିରେ ଅନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି  ।