ଆଜି ସରୁଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ! ୨୫ରେ ଚୁଡାନ୍ତ ଫଳାଫଳ

32

କନକ ବ୍ୟୁରୋ : ୫ମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଶେଷ ଥର ପାଇଁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଆଜି ଅନ୍ତିମ ଉଦ୍ୟମ କରିବେ ନେତା ଓ ଷ୍ଟାର କ୍ୟାମ୍ପେନର । ଆସନ୍ତା ୨୧ ତାରିଖରେ ଥିବା ଏହି ନିର୍ବାଚନରେ ମୋଟ୍ ୨୬ଟି ଜିଲ୍ଲାରେ ନିର୍ବାଚନ ହେବ ।

ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା ଏବଂ ମାଲକାନଗିରି ଜିଲ୍ଲାରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବ ନାହିଁ । ତେଣୁ ୫୮ଟି ବ୍ଲକ ଅର୍ନ୍ତଗତ ୧୫୦ ଜିଲ୍ଲା ପରିଷଦ ଜୋନରେ ବଳକା ଥିବା ୧୧୭୩ଟି ପଂଚାୟତରେ ଭୋଟ୍ ଗ୍ରହଣ କରାଯିବ । ୧୬ ହଜାର ୧୪୮ ମତଦାନ କେନ୍ଦ୍ରରେ ୪୪ ଲକ୍ଷ ୫୦ ହଜାର ୮୯୩ ଭୋଟର ଏହି ପର୍ଯ୍ୟାୟରେ ମତଦାନ କରିବେ ।