ବିଜେପିର ବିଜୟ ଉତ୍ସବ ! ପଂଚାୟତ ପରୀକ୍ଷା ୨୦୧୭ରେ ଶଙ୍ଖକୁ ଟକ୍କର ଦେଲା ପଦ୍ମ

24

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବିଜେପି ପାଇଁ ମହାଭାରତର ବିରାଟ ଯୁଦ୍ଧ ଥିଲା । ୨୦୧୯ରେ ଦଳ କୁରୁକ୍ଷେତ୍ର ଯୁଦ୍ଧ ଲଢିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ସୁରେଶ ପୂଜାରୀ । ପଂଚାୟତ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପାଇଁ ସେ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜି ରାଜ୍ୟର ସମସ୍ତ ଦଳୀୟ କାର୍ଯ୍ୟାଳୟରେ ବିଜେପି ପାଳିଛି ବିଜୟ ଉତ୍ସବ । ମିଠା ବାଂଟି,  ବାଦ୍ୟର ତାଳେ ତାଳେ ଝୁମିଛନ୍ତି ନେତା । ୧୭ ବର୍ଷର ନବୀନ ସରକାରକୁ କଡା ଟକ୍କର ଦେଇଛି ଦଳ । ଏଥିପାଇଁ ଉଲ୍ଲସିତ ଅଛନ୍ତି ନେତା ଓ କର୍ମୀ ।