ହାରିବା ପରେ ଲଙ୍କାକାଣ୍ଡ ! ଢେଲାପଥର ମାଡରେ ଆଇଆଇସିଙ୍କ ସମେତ ମହିଳା ପୁଲିସ ଆହତ

33

କନକ ବ୍ୟୁରୋ : ନିର୍ବାଚନ ପରବର୍ତୀ ହିଂସା । ଚାନ୍ଦବାଲିରେ ପରାଜୟ ପ୍ରାର୍ଥିିଙ୍କ ସମର୍ଥକମାନଙ୍କ ଲଙ୍କାକାଣ୍ଡ ଓ ପୋଡାଜଳା । ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଂଚାୟତର ସରପଂଚ ଭାବେ ବିଜେପି ପ୍ରାର୍ଥିନୀ ସୁଜାତା ସାହୁ ବିଜୟୀ ହୋଇଥିଲେ । କିନ୍ତୁ ବିଜେଡି ପ୍ରାର୍ଥି ସମର୍ଥକମାନେ ପୁନଃ ଗଣତି ପାଇଁ ଦାବି କରିଥିଲେ । ପୁନଃ ଗଣତି ପରେ ବିଜେଡି ପ୍ରାର୍ଥି ସୁମିତ୍ରା ସାହୁ ବିଜୟୀ ହୋଇଥିବା ବ୍ଲକ ତରଫରୁ ଘୋଷଣା କରାଯାଇଥିଲା ।

ଏହାକୁ ନେଇ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପି ପ୍ରାର୍ଥିଙ୍କ ସମର୍ଥକ ମାନେ ଧାରଣାରେ ବସିଥିଲେ । ଏପରିକି ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ଭଙ୍ଗାରୁଜା ପୋଡାଜଳା କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଚିଂବା ପରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୁଲିସକୁ ଉପରକୁ ଢେଲାମାଡ କରିଥିଲେ କର୍ମୀ । ଏଥିରେ ଜଣେ ମହିଳା ପୁଲିସଙ୍କ ସହ ଆଇଆଇସି ଆହତ ହୋଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-