ଧନ୍ୟବାଦ୍ ଓଡିଶା ! ପ୍ରଥମ ପର୍ଯ୍ୟାୟ ଭୋଟରେ ସଫଳତା ଦେଖି ମୁଗ୍ଧ ହେଲେ ମୋଦି

72

କନକ ବ୍ୟୁରୋ : ଉତରପ୍ରଦେଶ ରାଲିରେ ଓଡିଶାକୁ ପ୍ରସଂଶା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାର ତ୍ରିସ୍ତରୀୟ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ବିଜେପିର ସଫଳତାକୁ ନେଇ ଓଡିଶାବାସୀ ଧନ୍ୟବାଦ ଜଣାଇଛନ୍ତି ନରେନ୍ଦ୍ର ମୋଦି । କହିଛନ୍ତି ଓଡିଶା ସଫଳତା ବୟାନ କରୁଛି ସର୍ଜିକାଲ ଷ୍ଟ୍ରାଇକ୍ ଓ ବିମୁଦ୍ରାକରଣ ନିଷ୍ପତିକୁ ସମର୍ଥନ କରିଛନ୍ତି ଗରିବ । ସେହିପରି ରାଷ୍ଟ୍ରୀୟ ବିଜେପି ପକ୍ଷରୁ ମଧ୍ୟ ପଂଚାୟତ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଭୁତପୂର୍ବ ସଫଳତାକୁ ପ୍ରସଂଶା କରାଯିବା ସହ ସମର୍ଥନ ପାଇଁ ଲୋକଙ୍କୁ ଟ୍ୱିଟ୍ ଜରିଆରେ ପ୍ରସଂଶା କରାଯାଇଛି ।