ଖଣ୍ଡପଡାରେ ଶାସକ ଦଳ ମାନୁନି ନିର୍ବାଚନୀ କଟକଣା ! ମୁଖ୍ୟମନ୍ତ୍ରୀ ଓ ଦଳୀୟ ଚିହ୍ନ ସହ ବ୍ୟାନର ଓ ପୋଷ୍ଟରରେ ପଂଚାୟତ ପ୍ରାର୍ଥୀ

29

କନକ ବ୍ୟୁରୋ: ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଆଚରଣ ବିଧି ମାନୁ ନାହାଁନ୍ତି ଶାସକ ଦଳର ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ଓ ଦଳୀୟ ଚିହ୍ନ ସହ ପଂଚାୟତ ନିର୍ବାଚନରେ ଲଢ଼ୁଥବା ପ୍ରାର୍ଥୀଙ୍କ ଫଟୋ ଥିବା ବ୍ୟାନର ଓ ପୋଷ୍ଟର ଲଗାଯାଉଛି । ଯାହାକି ପଂଚାୟନ ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଘନ କରୁଛି । ସେହିପରି ଏବେବି ଅନେକ ସ୍ଥାନରେ ସରକାରୀ ଯୋଜନା ବିଜ୍ଞାପନ ସହ ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ହୋର୍ଡିଂ ଲାଗିଥିବାର ଦେଖିବାକୁ ମିଳୁଛି ।

ତେଣୁ ଏହା ଭୋଟରଙ୍କୁ ପ୍ରଭାବିତ କରିବ ବୋଳି ବିରୋଧୀ ଦଳ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହେଲେ କମିସନ ଏନେଇ କୋ÷ଣସି ପଦକ୍ଷେପ ନେଇ ନାହାଁନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଆମ ଓଡିଶା ପାର୍ଟି । କମିସନ ତୁରନ୍ତ ଏଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ହଜାର ହଜାର କର୍ମୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-