ବିଭୀଷଣ ପାଇଁ ବିପର୍ଯ୍ୟୟ ! ଶଙ୍ଖ ନ ଫୁଙ୍କି କେଉଁ ନେତା ଫୁଟାଇଲେ ପଦ୍ମ

48

କନକ ବ୍ୟୁରୋ : ପଞ୍ଚାୟତ୍‍ ଭୋଟ୍‍ରେ ବିଜେପି ଖାତାକୁ କାହା ଭୋଟ୍‍ ଯାଇଛି । କଂଗ୍ରେସ୍‍ ନା ବିଜେଡି । ଓଡିଶା ରାଜନୀତି ଖୋଜୁଛି ଏ ଗୋଳମାଳିଆ ପ୍ରଶ୍ନର ଉତ୍ତର । ୧୭ବର୍ଷର ଶାସନ ଠାରୁ ଲୋକେ ମୁହଁ ମୋଡିଛନ୍ତି ନା କଂଗ୍ରେସ୍‍ର ଗୋଷ୍ଠୀ କନ୍ଦଳ ଦଳ ପାଇଁ ମହଙ୍ଗା ପଡିଛି । ଏମିତି ଅନେକ ଚର୍ଚ୍ଚା ଝଡ଼ ଭଳି ମାଡି ଆସୁଥିବା ବେଳେ ବିଜେଡି ଉପସଭାପତି ଦାମୋଦର ରାଉତଙ୍କ ରୋଚକ ମନ୍ତବ୍ୟ ଘଟଣାରେ ମୋଡ ପରିବର୍ତ୍ତନ କରିଛି । କାରଣ ସେ ଦାବି କରିଛନ୍ତି ବିଜେଡିକୁ ବିପର୍ଯ୍ୟୟ ଭିତରକୁ ଟାଣି ନେବାକୁ କିଛି ବିଜେଡି ନେତା ଚକ୍ରାନ୍ତ କରିଛନ୍ତି । ଏପରିକି ସେମାନେ ଦିଲ୍ଲୀର ଏକ ହୋଟେଲ୍‍ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିବା ଦାମ କହିଛନ୍ତି ।

କେବଳ ସେତିକି ନୁହେଁ ଦଳର ମୁଖପାତ୍ରଙ୍କୁ ମଧ୍ୟ ଟାର୍ଗେଟ୍‍ କରିଛନ୍ତି ଦାମଦୋର । ସେ କହିଛନ୍ତି ଧର୍ମେନ୍ଦ୍ରଙ୍କୁ ଆକ୍ରମଣ ନୁହେଁ ବଂର ସୁହାଇଲା ଭଳି କଥା ଗଣମାଧ୍ୟମ ଆଗରେ କହି ଆସୁଛନ୍ତି କିଛି ମୁଖପାତ୍ର । ସନ୍ଦେହର ଏ ନିଆଁରେ ଘିଅ ଢାଳିଛନ୍ତି ଓଡ଼ିଶା ଜନମୋର୍ଚ୍ଚା ନେତା ଯଜ୍ଞେଶ୍ୱର ବାବୁ । ଦାମଙ୍କ କଥା ସହ ସେ ଯୋଡ଼ିଛନ୍ତି ଆଉ ଦି ପଦ କଥା ।

ବିଜେଡିରେ କେଉଁମାନେ ବିଭୀଷଣ । ଦାମଙ୍କ ବିତର୍କିତ ବୟାନକୁ ନେଇ ଦଳ ଭିତରେ ଆରମ୍ଭ ହୋଇଯାଇଛି କନ୍ଦଳ । ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ବିଭୀଷଣର ପ୍ରମାଣ ଦିଅନ୍ତୁ ଦାମ ବାବୁ ।