ଅନ୍ୟ ସଂପ୍ରଦାୟରେ ବିବାହ କରିବାରୁ ପଞ୍ଚାୟତ ଦେଲା ଛେପ ଚାଟିବାର ସଜା! ଏସପି କହିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

41

ସମାଜରେ ଆଧୁନିକତାର ମନୋଭାବ ପ୍ରବେଶ କଲାଣି । ସମୟ ମଧ୍ୟ ବଦଳିଲାଣି । କିନ୍ତୁ କିଛି ସ୍ଥାନରେ ଏବେ ମଧ୍ୟ ରୁଢୀବାଦିଙ୍କ ଆକ୍ରୋଶର ଶିକାର ଗରିବ ଏବଂ ନିମ୍ନ ଜାତିର ଲୋକଙ୍କୁ ଭୋଗିବାକୁ ପଡୁଛି । ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ବିଶ୍ୱାସ କରିପାରିବେ ନାହିଁ ।

ଉତ୍ତରପ୍ରଦେଶର ବୁନ୍ଦେଲସହର ନିକଟବର୍ତ୍ତୀ ଖୁର୍ଜା ଗ୍ରାମରେ ଜଣେ ଦଳିତ ଯୁବକ ଅନ୍ୟ ଜାତିର ଝିଅ ସହ ବିବାହ କରିବାରୁ ଗ୍ରାମବାସୀ ଉକ୍ତ ଯୁବକଙ୍କ ପରିବାରକୁ ସାମାଜିକ ବାଚ୍ଛନ୍ଦ କରିବା ସହ ଗ୍ରାମରୁ ବାହାରିଯିବାକୁ ଧମକ ଦେଇଥିଲେ । କିନ୍ତୁ ଯୁବକଙ୍କ ପରିବାର ଏଥିନେଇ ଚୁପ୍ ରହିବାରୁ ପଞ୍ଚାୟତ ଡକାଇ ସର୍ବସମ୍ମୁଖରେ ମାରପିଟ କରିବା ସହ ଛେପ ଚାଟିବାର ଆଦେଶ ପଞ୍ଚାୟତ ଦେଇଥିଲେ । କେବଳ ଏତିକି ନୁହଁ ଘରର ମହିଳାମାନଙ୍କୁ ଦୁଷ୍କର୍ମ କରିବାକୁ ମଧ୍ୟ ଧମକ ଦିଆଯାଇଥିଲା ।

ସୁଚନାନୁସାରେ ଉକ୍ତ ଯୁବକ ଏବଂ ତାଙ୍କ ଭାଇଙ୍କୁ ଯେତେବେଳେ ପଞ୍ଚାୟତରେ ଗାଁ ଛାଡିବାକୁ କୁହାଗଲା । ଦୁହେଁ ଏଥିରେ ରାଜି ନ ହେବାରୁ ଦୁହିଁଙ୍କୁ ଗାଁ ଲୋକ ଖୁବ୍ ପିଟିଲେ ଏବଂ ଛେପ ଚାଟିବାକୁ ଆଦେଶ ଦେଲେ । ପୀଡିତ ଘର ଏବଂ ଜମିକୁ ହଡପ କରିବା ଏବଂ ଘରର ମହିଳାମାନଙ୍କୁ ଦୁଷ୍କର୍ମ କରିବାକୁ ମଧ୍ୟ ଧମକ ଦିଆଗଲା । ତେବେ ପୀଡିତ ପରିବାର ଏନେଇ ଉତ୍ତରପ୍ରଦେଶ ପୋଲିସର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛି । ଏନେଇ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ୍ ତରଫରୁ ଯୁବକଙ୍କ ପରିବାରକୁ ଆଶ୍ୱାସନା ଦିଆଯାଇଛିି ।