ଫୋକସରେ ପଂଚାୟତ ନିର୍ବାଚନ,କଂଗ୍ରେସର ଜିଲ୍ଲା ସଭାପତିଙ୍କ ସମେତ ପଦାଧିକାରୀଙ୍କ ବୈଠକ

31

ପଂଚାୟତ ନିର୍ବାଚନକୁ ଆଖିରେ ରଖି କଂଗ୍ରେସ ଆରମ୍ଭ କରିଥିବା ସଭ୍ୟ ସଂଗ୍ରହ ଅଭିଯାନକୁ ଅଧିକ କ୍ରୀୟାଶୀଳ କରିବ । ଏଥିପାଇଁ ଆଜି ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଛନ୍ତି ପିସିସି ସଭାପତି । ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କୁ ନେଇ କଂଗ୍ରେସର ବୈଠକ ଅନୁଷ୍ଠିତ ହୋଇଛି । ଏଥିରି ଜିଲ୍ଲା ସ୍ତରରୁ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାସହ ଆଜି ପଦାଧିକାରୀ୍ଙ୍କ ବୈଠକ ମଧ୍ୟ ବସିବ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଆନେ୍ଦାଳନକୁ ଓହ୍ଲାଇବା ପାଇଁ ରାଜ୍ୟ କଂଗ୍ରେସର ରାଜ୍ୟ ପଦାଧିକାରୀ୍ଙ୍କ ବୈଠକ ବସିବ । ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ହେବ ,୨ ମାସ ପାଇଁ ଆରମ୍ଭ ହୋଇଥିବା ସଭ୍ୟ ସଂଗ୍ରହ ଅଭିଯାନକୁ ବୁଥ ସ୍ତରକୁ ନେବା ପାଇଁ ବୈଠକରେ ଯୋଜନା ପ୍ରସ୍ତୁତ ହେବ । ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀ କିପରି ପୁଣି ରାସନକାର୍ଡ ପାଇପାରିବେ ଏନେଇ ଗାଁରେ ଦଳ କାମ କରିବାକୁ ବୈଠକରେ ନିଷ୍ପତି ନିଆଯିବ । ମନରେଗା ଯୋଜନାରେ କାମ ପାଉନଥିବା ଶ୍ରମିକମାନଙ୍କ ପାଇଁ ସରକାର କିପରି କାମ ଯୋଗାଇ ଦେବେ ସେ ନେଇ ସଚେତନତା ସୃଷ୍ଟି ପାଇଁ ପଦାଧିକାରୀ ବୈଠକରେ ଆଲୋଚନା ହେବ ।