ପଂଚମ ପର୍ଯ୍ୟାୟରେ ବି ଶଙ୍ଖକୁ କଡା ଟକ୍କର ଦେଲା ପଦ୍ମ : ବିଜେଡି ୭୧, ବିଜେପି ୫୮ ଓ କଂଗ୍ରେସକୁ ୧୭ ଆସନ

32

କନକ ବ୍ୟୁରୋ : ପ୍ରଥମ ୪ଟି ପର୍ଯ୍ୟାୟ ଭଳି ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ଶାସକ ବିଜୁ ଜନତା ଦଳକୁ କଡ଼ା ଟକ୍କର ଦେଇଛି ଭାରତୀୟ ଜନତା ପାର୍ଟି । ୫ମ ପର୍ଯ୍ୟାୟରେ ହୋଇଥିବା ୧୫୦ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ କନକ ନ୍ୟୁଜକୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ଶାସକ ବିଜେଡି ଦଳ ୭୧ଟି ଆସନ ପାଇଥିବା ବେଳେ ଭାରତୀୟ ଜନତା ୫୮ଟି, କଂଗ୍ରେସ ୧୭ଟି, ଆମ ଓଡ଼ିଶା ଦଳ ଗୋଟିଏ ଏବଂ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ପାଇଛି ।

ପଂଚାୟତ ନିର୍ବାଚନର ପାଂଚୋଟି ପର୍ଯ୍ୟାୟରେ ୩୦ ଟି ଜିଲ୍ଲାର ମୋଟ୍ ୮୫୨ ଟି ଜୋନ୍ ପାଇଁ ମତଦାନ ସରିଛି । ଫଳାଫଳ ବି ଆପାତତଃ ସ୍ପଷ୍ଟ ହୋଇଛି । ମୋଟ୍ ୮୫୨ ଜୋନରୁ ବିଜୁ ଜନତା ଦଳ ୪୫୯ ଟି ସିଟ୍ ପାଇଛି । ସେହିପରି ଭାରତୀୟ ଜନତା ପାର୍ଟି ୩୦୭ ସିଟ୍ ଅକ୍ତିଆର କରିଛି । କଂଗ୍ରେସ ୬୭ ଟି ଏବଂ ଅନ୍ୟାନ୍ୟ ଦଳ ୧୫ ଟି ସିଟରେ ବିଜୟୀ ହୋଇଛନ୍ତି ।