ଧିମେଇ ଯାଉଛି ଶଙ୍ଖ ଧ୍ୱନି, ଫୁଟୁଛି ପଦ୍ମ, ହାତ ଥରହର : ପଶ୍ଚିମରୁ ଉପକୂଳ ସବୁଠି ବିଜେପିର ବିଜୟ ଧାରା ଜାରି

30

କନକ ବ୍ୟୁରୋ : ବିଜେପିି ଉଠୁଛି, କଂଗ୍ରେସ ଖସୁଛି ଓ ଶାସକ ବିଜେଡି ପାଇଁ ଯନ୍ତ୍ରଣା ବଢ଼ୁଛି । ପଂଚାୟତ ନିର୍ବାଚନର ୩ଟି ଯାକ ପର୍ଯ୍ୟାୟର ଫଳାଫଳକୁ ଯଦି ଗୋଟିଏ ଧାଡ଼ିରେ କୁହାଯାଏ ବୋଧହୁଏ ଏମିତିଆ କିଛି ନିର୍ଯ୍ୟାସ ବାହାରିବ । ପ୍ରଥମ ୩ଟି ପର୍ଯ୍ୟାୟରେ ହୋଇଥିବା ମୋଟ୍ ୫୩୮ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ଖାତାକୁ ୨୯୦ଟିି ଆସନ ଯାଇଥିବା ବେଳେ ବିଜେପି ହାତେଇଛି ୧୯୨ଟି ଆସନ ।

ସେହିପରି କଂଗ୍ରେସ ମାତ୍ର ୪୪ଟି ଜୋନରେ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ପାଖକୁ ଯାଇଛି ୧୨ଟି ଆସନ । କେବଳ ତୃତୀୟ ପର୍ଯ୍ୟାୟ ମତଦାନକୁ ଯଦି ଦେଖିବା ତାହେଲେ ମୋଟ୍ ୧୭୫ଟି ଆସନରୁ ବିଜେଡି ୯୦ଟି ଆସନ ଜିତିଥିବା ବେଳେ ବିଜେପି ପାଇଛି ୬୩, କଂଗ୍ରେସ ପାଇଛି ୧୭ ଏବଂ ଅନ୍ୟାନ୍ୟ ଦଳ ପାଖକୁ ଯାଇଛି ୫ଟି ଜିଲ୍ଲା ପରିଷଦ ଆସନ ।

ସେହିପରି କେବଳ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ମୋଟ୍ ୧୭୫ ଆସନ ଭିତରୁ ଶାସକ ବିଜେଡି ୯୭ଟି ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିବା ବେଳେ ୫୮ଟିରେ ବିଜେପି, ୧୬ଟି ସିଟରେ କଂଗ୍ରେସ ଏବଂ ୪ଟି ସିଟ୍ରେ ଅନ୍ୟାନ୍ୟ ଦଳ ବିଜୟୀ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୧୮୮ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୧୦୩ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୭୧ଟି, କଂଗ୍ରେସ ୧୧ଟି ଏବଂ ଅନ୍ୟାନ୍ୟ ଦଳ ୩ଟି ଜୋନ୍ କବଜା କରିଥିଲା ଆସନ୍ତାକାଲି ହେଉଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବ । ତେବେ ଚତୁର୍ଥ ପର୍ଯ୍ୟାୟରେ କାହା ଖାତାକୁ କେତେ ଆସନ ଯାଉଛି ଏବେ ସେ ଉପରେ ସମସ୍ତଙ୍କ ନଜର ।