କଂଗ୍ରେସର ପଂଚାୟତ ପ୍ଲାନ : ପିସିସି କାର୍ଯ୍ୟାଳୟରେ ନିର୍ବାଚନ ରଣନୀତି ନେଇ ବିଚାର ବିମର୍ଷ

29

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସର ପଂଚାୟତ ନିର୍ବାଚନପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତି କଂଗ୍ରେସ ଇଲେକ୍ସନ କମିଟି ବୈଠକ ଡାକିଥିଲେ ।

ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ । ନିର୍ବାଚନ ପାଇଁ କଂଗ୍ରେସ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବୈଠକ ପରେ କହିଛନ୍ତି ପିସିସି ସଭାପତି ।

ରାଜ୍ୟ ଓ କେନ୍ଦ୍ରର ଅପାରଗତାକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ । କଂଗ୍ରେସ ଲୋକଙ୍କ ପାଇଁ ଲଢିଛି ଓ ଲଢେଇ କରିବ ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି,ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଭଳି ବହୁ ଟାଣୁଆ ନେତାଙ୍କ ଉପସ୍ଥିତିରେ ପଂଚାୟତ ପ୍ରସ୍ତୁତି କରାଯାଇଛି । ଦଳ କିଭଳି ପଂଚାୟତ ନିର୍ବାଚନ ବୈତରଣୀ ପାର ହେବ ସେନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ ।