ପଂଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି

32

ପଂଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ଭିନ୍ନ ଭିନ୍ନ ଦଳର ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କୁ ଦଳରେ ସାମିଲ କରୁଛି ବିଜେଡି । ବିଭିନ୍ନ ଅଂଚଳରୁ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ନିଜ ଦଳରେ ସାମିଲ କରିଛି ବିଜେଡି । ଆଜି ଗଂଜାମ ଜିଲ୍ଲା ସୋରଡା ଅଂଚଳରୁ ହଜାରରୁ ଅଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ନବୀନ ନିବାସରେ ସେମାନେ ଯୋଗଦାନ କରିଛନ୍ତି । ଏହା ଦଳକୁ ସୋରଡା ଅଂଚଳରେ ଅଧିକ ସଂଗଠିିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଏହା ସହ ଦେଖନ୍ତୁ ଏହି ଭିଡିଓ :