ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ଫେବୃଆରୀ ମାସରେ ୫ଟି ପର୍ଯ୍ୟାୟରେ ହେବ ଭୋଟିଂ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ହୋଇଛି ଘୋଷଣା । ଫେବୃଆରୀରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ରବି ନାରାୟଣ ସେନାପତି । ଫେବୃଆରୀ ୧୩ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ ।

ବିଜ୍ଞପ୍ତି ପ୍ରକାଶ ସହ ଆଜି ଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି । ଏହାପରେ ୧୫,୧୭,୧୯ ଓ ୨୧ତାରିଖରେ ନିର୍ବାଚନ ହେବ । ସକାଳୁ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ଜାନୁଆରୀ ୧୧ରୁ ୧୭ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :