ପଂଚାୟତ ନିର୍ବାଚନ ରଣନୀତି ନେଇ ବୈଠକ ! ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ଆଲୋଚନା

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପଂଚାୟତ ନିର୍ବାଚନ ରଣନୀତି ନେଇ ବୈଠକ । ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ଶେଷ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଶେଷ କରି ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ସମସ୍ତ ଜିଲ୍ଲାପାଳ ଓ ଏସପି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ନିଜ ନିଜର ମତ ରଖିଛନ୍ତି । ସମ୍ବେଦନଶୀଳ ବୁଥ୍, ଅତି ସମ୍ବେଦନଶୀଳ ବୁଥ୍ ଏବଂ ମାଓବାଦୀ ପ୍ରବଣ ଅଂଚଳରେ କିଭଳି ମତଦାନ କରାଯିବ ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ବୈଠକରେ ଉନ୍ନୟନ କମିଶନର, ଗୃହ ସଚିବ, ପଂଚାୟତିରାଜ ସଚିବ, ପୁଲିସ ଡିଜି, ଗୁଇନ୍ଦା ନିର୍ଦେଶକ, ଆଇନଶୃଙ୍ଖଳା ଏଡିଜି ଓ ଆଇଜି ଉପସ୍ଥିତ ଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-