ପଂଚାୟତ ଯୁଦ୍ଧ ପୂର୍ବରୁ ବିଜେତା : ନିର୍ବାଚନ ନଲଢି ଜିତିଲେ ୨୦ ପ୍ରତିଶତ ପ୍ରାର୍ଥୀ

17

କନକ ବ୍ୟୁରୋ : ପଂଚାୟତ ଯୁଦ୍ଧ ପୂର୍ବରୁ ବିଜେତା । ନିର୍ବାଚନ ନଲଢି ଜିତିଲେ ୨୦ ପ୍ରତିଶତ ପ୍ରାର୍ଥୀ । କାରଣ ସେମାନଙ୍କ ବିପକ୍ଷରେ ମୈଦାନରେ ପ୍ରାର୍ଥୀ ନାହାଁନ୍ତି । ଫଳରେ ନିର୍ବାଚନ ଆଗରୁ ୩୬ ହଜାର ୭୭୯ ଜଣ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ଏଥି ମଧ୍ୟରୁ ୩୬ ହଜାର ୨୨୨ ଜଣ ୱାର୍ଡମେମ୍ବର । ୨୦୯ ଜଣ ସରପଂଚ, ୩୪୭ ସମିତି ସଭ୍ୟ ଏବଂ ଜଣେ ଜିଲ୍ଲା ପରିଷଦ ସଭ୍ୟ । ଗଂଜାମ ଜିଲ୍ଲାର ସର୍ବାଧିକ ୩ ହଜାର ୫୬୭ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୮୩ ଜଣ ସମିତି ସଭ୍ୟ ଏବଂ ୬୮ ଜଣ ସରପଂଚ ।

ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ସଂପୃକ୍ତ ଜିଲ୍ଲା ପରିଷଦ ସଭ୍ୟ ଗଂଜାମ ପୋଲସରା ଅଂଚଳର ବିଜେଡି ସମର୍ଥିତ ପ୍ରାର୍ଥୀ ଜଗନ୍ନାଥ ବେହେରା । ଶେଷ ସମୟରେ ସବୁ ବିରୋଧୀ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବାରୁ ଜଗନ୍ନାଥ ବିଜୟୀ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ସବୁଠାରୁ କମ୍ ୩୬୦ ଜଣ ପ୍ରାର୍ଥୀ ବିନା ପ୍ରତିଯୋଗୀତାରେ ବିଜୟୀ ହୋଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ :