ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ସରିବ ପ୍ରଚାର ! ଲୋକଙ୍କୁ ମନାଇବା ପାଇଁ ସିନେ ଷ୍ଟାରଙ୍କ ଶେଷ ଉଦ୍ୟମ

22

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ପ୍ରଚାର ଶେଷ ହେବ । ୧୯ ତାରିଖରେ ହେବାକୁ ଥିବା ଏହି ପର୍ଯ୍ୟାୟ ମତଦାନରେ ୨୮ଟି ଜିଲ୍ଲାରେ ଭୋଟ ଗ୍ରହଣ ହେବ । ୬୨ଟି ବ୍ଲକର ୧୬୨ ଜିଲ୍ଲା ପରିଷଦ ଜୋନ୍, ୧୩୨୪ ପଂଚାୟତରେ ଭୋଟ ଗ୍ରହଣ କରାଯିବ । ୧୭ ହଜାର ୮୭୬ ମତଦାନ କେନ୍ଦ୍ରରେ ୫୦ ଲକ୍ଷ୬୧ ହଜାର ୯୭୪ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ଏହି ପର୍ଯ୍ୟାୟରେ ବୌଦ୍ଧ ଓ ଝାରସୁଗୁଡା ଜିଲ୍ଲାରେ ମତଦାନ ହେବ ନାହିଁ ।

ସେପଟେ ଲୋକମାନଙ୍କୁ ମନାଇବା ପାଇଁ ମଇଦାନରେ ସିନେ ଷ୍ଟାର ପ୍ରଚାରକଙ୍କ ଉଦ୍ୟମ କରୁଥିବାବେଳେ ବିଜେଡି ପାଇଁ ପ୍ରଚାରରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସହ ଅଭିନେତା ଅମ୍ଲାନ ରହିଛନ୍ତି । ଏବଂ ଅନ୍ୟପଟେ ବିଜେପି ମଂଚରେ ରୂପାଲି ଓ ସୁବ୍ରତ ନଜର ଆସିବେ ।