ରାସ୍ତା ନାହିଁ ତ’ଭୋଟ ନାହିଁ ! ବୌଦ୍ଧ ଜିଲ୍ଲା ତାଳସରଡା ପଂଚାୟତବାସୀଙ୍କ ଭୋଟ ବର୍ଜନ ଧମକ

38

କନକ ବ୍ୟୁରୋ : ରାସ୍ତା ନାହିଁ ତ’ଭୋଟ ନାହିଁ । ଏମିତି ଜିଦରେ ଅଟଳ ବୌଦ୍ଧ ଜିଲ୍ଲା ତାଳସରଡା ପଂଚାୟତ ମାନେଶ୍ୱର ଗ୍ରାମବାସୀ । ଗାଁରେ ଏକ ସଭା କରି ପାରମ୍ପାରିକ ରୀତିରେ ପୂଜାର୍ଚ୍ଚନା କରି ଗୋଟିଏ ଜାଗାରେ ଏକାଠି ହୋଇଥିଲେ ଗ୍ରାମବାସୀ । ଯେ ପର୍ଯ୍ୟନ୍ତ ଗାଁର ସମସ୍ୟା ସମାଧାନ ନହୋଇଛି,ଗ୍ରାମବାସୀ ନିଜ ନିଷ୍ପତିରୁ ଓହରିବେନି ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧ ବ୍ଲକ ତାଳସରଡା ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ । ହରଭଙ୍ଗା ବ୍ଲକରେ ବାସ କରୁଥିବା ହୀରାକୁଦ ବିସ୍ଥାପିତଙ୍କ ଭୋଟ ବର୍ଜନ ଚେତାବନୀ ପରେ ଏଭଳି ହୁଙ୍କାର ଦେଇଛନ୍ତି ତାଳସରଡା ଗ୍ରାମବାସୀ । ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ବି ନାହିଁ । ଆଉ ଶିକ୍ଷା ବ୍ୟବସ୍ଥା କଥା ତ କହିବା ଭଲ ।

ଅନ୍ୟପଟେ ଲାଂଚ ନଦେଲେ ବିଜୁ କିମ୍ବା ପକ୍କା ଘରଟିଏ ବି ମିଳେ ନାହିଁ । ଫଳରେ ଅର୍ଥ ଅଭାବରୁ ଗାଁ ଲୋକେ ବାହରକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି ।

ନିର୍ବାଚନ ଆସିଲେ ଗାଁକୁ ଛୁଟିଥାଏ ନେତାଙ୍କ ଲାଇନ । ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଇଥାନ୍ତି । କିନ୍ତୁ ନିର୍ବାଚନ ସରିଗଲେ ସବୁ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଏ । ସେପଟେ ଜିଲ୍ଲାପାଳ କହିଛନ୍ତି, ଗ୍ରାମବାସୀ କାହିଁକି ଭୋଟ ବର୍ଜନ କରିଛନ୍ତି ସେ ନେଇ ଗାଁ ଲୋକଙ୍କୁ ବୁଝାସୁଝା କରାଯିବ ।

ତେବେ ଦେଖିବାର ରହିଲା ଭୋଟ ବର୍ଜନ ନିଷ୍ପତି ଉପରେ ଗ୍ରାମବାସୀ ମାନେ ନିଜ ଜିଦରେ ଅଟଳ ରହୁଛନ୍ତି ନା ପ୍ରଶାସନ ଗାଁ ଲୋକଙ୍କୁ ବୁଝାଇବାରେ ସଫଳ ହେଉଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ :