ସର୍ବଦଳୀୟ ବୈଠକ ! ପଂଚାୟତ ନିର୍ବାଚନ ପାଇଁ ୩୦ ଦଳର ନେତାଙ୍କ ସହ ଆଲୋଚନା କଲେ ନିର୍ବାଚନ କମିଶନର

35

କନକ ବ୍ୟୁରୋ : ଆଗାମୀ ପଂଚାୟତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କଲେ ନିର୍ବାଚନ କମିଶନ୍ । ୩୦ଟି ରାଜନୈତିକ ଦଳର ପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିଲେ । ନିର୍ବାଚନକୁ କିଭଳି ନିରପେକ୍ଷ ଓ ବିବାଦମୁକ୍ତ କରାଯାଇ ପାରିବ ସେନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।

ଏହା ମଧ୍ୟରୁ ୩ରୁ ୪ଟି ପ୍ରସ୍ତାବକୁ ଗୁରୁତ୍ୱ ଦେଇଥିଲେ ନିର୍ବାଚନ କମିଶନ୍ । ପଂଚାୟତ ନିର୍ବାଚନର ୭ଦିନ ପୂର୍ବରୁ ମଦକୁ ସଂପୂର୍ଣ୍ଣ ବନ୍ଦ କରିବା, ଜିଲ୍ଲା ପରିଷଦ ନିର୍ବଚନକୁ ଅଲଗା କରାଯିବା ଓ ଗୋଟିଏ ଦିନରେ ଭୋଟ ଗଣତି କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ସେପଟେ ବିଜେପି ଗତ ନିର୍ବାଚନରେ ଯେଉଁ ଦାବି ରଖିଥିଲା ସେନେଇ ଆସନ୍ତାକାଲି ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବ ଦଳ ।

ଗୋଟିଏ ଦିନରେ ଭୋଟିଂ ଓ ଜିଲ୍ଲା ପରିଷଦ ବାଲଟ ବକ୍ସ ଅଲଗା କରିବାକୁ ଦାବି ରଖିଥିଲା ବିଜେପି । ଏନେଇ ରାଜ୍ୟ କମିଶନଙ୍କ ଅସହାୟତା ଓ ରାଜ୍ୟ ସରକାରଙ୍କ ଅନିଚ୍ଛାକୁ ନେଇ ରାଜ୍ୟପାଳଙ୍କୁ ଫେରାଦ ହେବ ରାଜ୍ୟ ବିଜେପି ।